ଅପରେସନ ସିନ୍ଦୂର ପାକିସ୍ତାନକୁ କଡ଼ା ଜବାବ ଦେବାପରେ ଦମ୍ପତି ନବଜାତର ନାମ ରଖିଲେ ସିନ୍ଦୂର

ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ କଡ଼ା ଜବାବ ଦେବା ପରେ ଖୁସି ହୋଇ କଟିହାରର ଦମ୍ପତି ସେମାନଙ୍କ ନବଜାତ ସନ୍ତାନର ନାମ ରଖିଛନ୍ତି ସିନ୍ଦୂର। ଚର୍ଚ୍ଚାରେ ଅଛନ୍ତି ଦମ୍ପତି।

ଜ୍

ନୂଆଦିଲ୍ଲୀ: ଗତମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପାକିସ୍ତାନ ଓ ପାକଅଧିକୃତ କଶ୍ମୀରରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ମିସାଇଲ ଆକ୍ରମଣ କରିଥିଲା। ପହଲଗାମରେ ଏପ୍ରିଲ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣରେ ୨୬ଜଣଙ୍କ ମୃତ୍ୟୁ ହେବାପରେ ଭାରତବାସୀ ପ୍ରତିଶୋଧ ନିଆଁରେ ଜଳୁଥିଲେ। ଅପରେସନ ସନ୍ଦୂର ପାକିସ୍ତାନକୁ ଦେଇଥିବା କଡ଼ା ଜବାବ ପରେ ଭାରତବାସୀ କିଛିମାତ୍ରାରେ ଆଶ୍ବସ୍ତି ଲାଭ କରିଛନ୍ତି।

ଏଭଳି ସମୟରେ କଟିହାରରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ କଡ଼ା ଜବାବ ଦେବା ପରେ ଖୁସି ହୋଇ କଟିହାରର ଦମ୍ପତି ସେମାନଙ୍କ ନବଜାତ ସନ୍ତାନର ନାମ ରଖିଛନ୍ତି ସିନ୍ଦୂର। 

ସିନ୍ଦୂର ନାମ ରଖାଯାଇଥିବା ନବଜାତ ବାପା ଓ ମା’ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସନ୍ତାନ ପ୍ରସବ ହେବା ପୂର୍ବରୁ ଆମେ ଶିଶୁର ନାମ ଦେବା ପାଇଁ ବିଭିନ୍ନ ନାମ ବାଛିଥିଲୁ। କିନ୍ତୁ ଯେଉଁଦିନ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ସେହିଦିନ ଆମେ ବାପା ଓ ମା’ ହେବାର ସୌଭାଗ୍ୟ ପାଇଥିଲି। ତେଣୁ ଆଉ କିଛି ବିଚାର ନକରି ଆମେ ସନ୍ତାନର ନାମ ସିନ୍ଦୂର ଦେବାକୁ ସ୍ଥିର କରିଥିଲୁ। ଆମ ମତରେ ଏହା ଠାରୁ ସୁନ୍ଦର ଓ ଆକର୍ଷଣୀୟ  ନାମ ଆଉ କିଛି ହୋଇ ନପାରେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe