ସୁରଦାସ ଭିକାରିଙ୍କ ପ୍ରେରଣାଦାୟକ କାହାଣୀ...

ଟ୍ରେନରେ ବୁଲିବୁଲି ଭିକ ମାଗୁଥିବା ଭିକାରି ବମଭୋଲାଙ୍କ ଅଛି ତିନିଟି ଅଟୋ। ବିହାରର ମଧୁବନିରେ ବସବାସ କରୁଥିବା ବମଭୋଲାଙ୍କୁ ସ୍ଥାନୀୟଲୋକେ ସ୍ନେହରେ ସୁରଦାସ ବୋଲି ଡାକିଥାଆନ୍ତି।

wqe


ନୂଆଦିଲ୍ଲୀ: ବିହାରର ମଧୁବନି ଅଞ୍ଚଳରେ ବସବାସ କରୁଥିବା ସୁରଦାର ଗତକିଛିବର୍ଷ ହେବ ଟ୍ରେନରେ ବୁଲିବୁଲି ଭିକ ମାଗି ଆସୁଛନ୍ତି। ମଧୁବନି ଓ ଦରଭଙ୍ଗା ରେଳଷ୍ଟେସନ ଓ ରେଳରେ ବୁଲିବୁଲି ଗୀତ ଗାଇ ଭିକ ମାଗି ସେ ଯେତିକି ଅର୍ଥ ସଂଗ୍ରହ କରନ୍ତି ତାହାକୁ ସେ  ଅଳ୍ପଅଳ୍ପ କରି ସଞ୍ଚୟ କରି ରଖିଥିଲେ। ଏହି ସଞ୍ଜୟ ଟଙ୍କାରେ ଇତିମଧ୍ୟରେ ବମଭୋଲା ତିନିଟି ଅଟୋ କିଣି ସାରିଛନ୍ତି। 

ତିନିଟି ଅଟୋ କିଣିଥିବା ବମଭୋଲା ବିହାରର ମଧୁବନିରେ ବସବାସ କରନ୍ତି। ବମଭୋଲାଙ୍କୁ ସ୍ଥାନୀୟଲୋକେ ସ୍ନେହରେ ସୁରଦାସ ବୋଲି ଡାକିଥାଆନ୍ତି।  ସୁରଦାସଙ୍କ ଦୃଷ୍ଟିଶକ୍ତି ନାହିଁ। ଏହାପରେ ବି ସେ ଆଜି ପର୍ଯ୍ୟନ୍ତ  ନିଜ ଉପରୁ ଆତ୍ମବିଶ୍ବାସ ହରାଇ ନାହାନ୍ତି କି ଜୀବନରେ ହାର ମାନି ନାହାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ସୁରଦାସଙ୍କ ତିନିଟି ଅଟୋ ଅଛି। ଯାହାକି ସେ ଭଡ଼ାରେ ଲଗାଇ ଦେଇଛନ୍ତି। 

ସୁରଦାସ ନିଜ ଜୀବନକୁ ନେଇ କହିଛନ୍ତି, ‘ମୁଁ ମୋର ଜୀବନର ଆରମ୍ଭ ଭିକ ମାଗିବାରୁ କରିଛି। କାରଣ ଟଙ୍କା ରୋଜଗାର କରିବା ପାଇଁ ମୋ ପାଖରେ ଅନ୍ୟ କୌଣସି ଉପାୟ ନଥିଲା। ତେଣୁ ଟ୍ରେନରେ ବୁଲିବୁଲି ଭିକ ମାଗିବା ଆରମ୍ଭ କରିଥିଲା। ଏଥିରୁ ଯାହା ମିଳେ ପରିବାର ଚଳାଇଥାଏ। ଆଉ କିଛି ସଞ୍ଜୟ କରି ରଖିଥାଏ। ଏହି ସଞ୍ଚୟ ଟଙ୍କାରେ ଧୀରେଧୀରେ ମୁଁ ତିନିଟି ଅଟୋ କରି ସାରିଲିଣି। ତଥାପି ମୁଁ ଭିକ ମାଗିବା ଛାଡ଼ି ପାରିବି ନାହିଁ। କାରଣ ଏହା ମୋର ପ୍ରଥମ ସନ୍ତାନ ଭଳି ଅଛି। ତେଣୁ ଯେତେଦିନ ଯାଏଁ ଚାଲିବୁଲି ପାରୁଛି ଏମିତି ଗୀତ ଗାଇ ଭିକ ମାଗୁଥିବି। ’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe