ବିବାହର ୪୨ ବର୍ଷ ପରେ ପତ୍ନୀଙ୍କୁ ଆଣିବାକୁ ବର ବେଶରେ ଶଶୁରଘରେ ପହଞ୍ଚିଲେ ୭୦ ବର୍ଷୀୟ ବୃଦ୍ଧ

ବିବାହର ୪୨ ବର୍ଷ ପରେ ପତ୍ନୀଙ୍କୁ ଆଣିବାକୁ ବର ବେଶରେ ଶଶୁରଘରେ ପହଞ୍ଚିଲେ ୭୦ ବର୍ଷୀୟ ବୃଦ୍ଧ

www.aajtak.in

ପାଟ୍‌ନା: ବିବାହାର ସାରଣ ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ। ଜଣେ ୭୦ ବର୍ଷୀୟ ବୃଦ୍ଧ ବିବାହର ୪୨ ବର୍ଷ ପରେ ତାଙ୍କ ପତ୍ନୀଙ୍କୁ ଆଣିବା ପାଇଁ ଶଶୁରଘରକୁ ବରଯାତ୍ରୀ ନେଇ ଯିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ବାରାତରେ ତାଙ୍କର ୭ ଝିଅ ଓ ଜଣେ ପୁଅ ବି ସାମିଲ୍‌ ଥିଲେ। ଏ ନେଇ ସୋସିଆଲ୍‌ ମିଡିଆରେ ଖୁବ୍ ଚର୍ଚ୍ଚା ଜମିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିବାହ ପରେ ଯେପରି ଭାବେ କନ୍ୟାବିଦା ଉତ୍ସବ ହୋଇଥାଏ ତାହା ଏହି ବୃଦ୍ଧଙ୍କ ବିବାହ କାଳରେ ହୋଇନଥିଲା। ତାଙ୍କର କେହି ଶାଶୁଶଶୁର ନଥିବାରୁ ଏହି କନ୍ୟାବିଦା ପରମ୍ପରା ଠିକ୍‌ ଭାବେ ପାଳନ ହୋଇନଥିଲା। ସେ ସମୟରେ ତାଙ୍କ ଶଳା ମଧ୍ୟ ଖୁବ୍ ସାନ ଥିଲେ। ଏବେ ତାଙ୍କ ଶଳା ବଡ଼ ହୋଇଯିବା ପରେ ବୃଦ୍ଧ ଜଣକ ତାଙ୍କର ସେହି ଅଧୁରା ରୀତିକୁ ପୂରା କରିବାକୁ ଏପରି ଚିନ୍ତା କରିଥିଲେ। ତାଙ୍କର ଏହି ପରିକଳ୍ପନାରେ ତାଙ୍କ ପିଲାମାନେ ତାଙ୍କୁ ସମର୍ଥନ ଦେଇଥିଲେ।

publive-image www.aajtak.in

ଏହି ୭୦ ବର୍ଷୀୟ ବରଙ୍କ ନାମ ରାଜକୁମାର ସିଂହ। ତାଙ୍କ ବିବାହ ୧୯୮୦ ମସିହା ମେ ୫ ତାରିଖ‌ରେ ହୋଇଥିଲା। ଏହି ରୀତି ପୂରା କରିବାରୁ ରାଜକୁମାର ତାଙ୍କ ପତ୍ନୀ ଶାରଦା ଦେବୀଙ୍କୁ ୨୦୨୨ ଏପ୍ରିଲ୍‌ ୧୫ ତାରିଖରେ ତାଙ୍କ ବାପଘରକୁ ପଠାଇ ଦେଇଥିଲେ। ମେ ୫ ତାରିଖ, ଅର୍ଥାତ ତାଙ୍କ ବିବାହ ବାର୍ଷିକୀରେ ସେ ପୁଣି ଥରେ ବର ବେଶରେ ନିଜ ପତ୍ନୀଙ୍କୁ ଆଣିବାକୁ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe