ପ୍ଲାଟଫର୍ମରେ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇଲେ ଆରପିଏଫ ଯବାନ

ଦିଲ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନରେ ଗୁରୁବାର ଦିନ ଜଣେ ମହିଳା ଏକ ଟ୍ରେନ କୋଚରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଡାକ୍ତର ଓ ନର୍ସଙ୍କ କର୍ତ୍ତବ୍ୟ ପାଳନ କଲେ ଆରପିଏଫ।

tery

ety

ନୂଆଦିଲ୍ଲୀ: ଦିଲ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନରେ ଗୁରୁବାର ଦିନ ଜଣେ ମହିଳା ଏକ ଟ୍ରେନ କୋଚରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ରେଳ ସୁରକ୍ଷା ବଳ (ଆରପିଏଫ) ଇନ୍ସପେକ୍ଟର ଶୈଳେନ୍ଦ୍ର କୁମାର କହିଛନ୍ତି, "ଆନନ୍ଦ ବିହାରରୁ ସହରସା ଟ୍ରେନର ଡି‌-୯ କୋଚରେ ଯାଉଥିବା ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେଉଥିବା ସମ୍ପର୍କରେ ଆମକୁ ସୂଚନା ମିଳିଥିଲା । ଏହି ସୂଚନା ପାଇବା ପରେ ଆମର ମହିଳା ସବ-ଇନ୍ସପେକ୍ଟର ନବୀନ କୁମାରୀ ଓ ଅନ୍ୟ କର୍ମଚାରୀଙ୍କ ସହିତ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲୁ।

କୋଚରେ ଉପସ୍ଥିତ ଅନ୍ୟ ମହିଳାମାନଙ୍କ ସହାୟତାରେ ଅନ୍ତସତ୍ତ୍ବା ମହିଳାଙ୍କ ପ୍ରସବ କରାଯାଇଥିଲା।  ମହିଳାଙ୍କ ସୁରକ୍ଷିତ ପ୍ରସବ ପରେ ଆମ୍ବୁଲାନ୍ସ ଡକାଇ ଉଭୟ ମା’ ଓ ଶିଶୁ କନ୍ୟାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ପରେ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe