ପତ୍ନୀ ଓ ପିଲାକୁ ହତ୍ୟା କରିବା ପ‌ରେ ହଡ଼ବଡ଼ରେ ନଗ୍ନ ହୋଇ ରାସ୍ତାକୁ ବାଇକ୍‌ ନେଇ ପଳେଇଲେ ଯୁବକ

Advertisment
ପତ୍ନୀ ଓ ପିଲାକୁ ହତ୍ୟା କରିବା ପ‌ରେ ହଡ଼ବଡ଼ରେ ନଗ୍ନ ହୋଇ ରାସ୍ତାକୁ ବାଇକ୍‌ ନେଇ ପଳେଇଲେ ଯୁବକ

ନୂଆଦିଲ୍ଳୀ: ନଗ୍ନ ଅବସ୍ଥାରେ ବାଇକ୍‌ ଚଲାଉଥିବା ଜଣେ ଯୁବକଙ୍କ ଭିଡିଓ ଭାଇରାଲ୍‌ ହୋଇଛି। ପରେ ଜାଣିବାକୁ ମିଳିଛି ‌ଯେ ବ୍ୟକ୍ତି ଜଣକ ନିଜ ପତ୍ନୀ ଓ ପିଲାଙ୍କୁ ହତ୍ୟା କରି ଫେରାର୍‌ ହେଉଥିଲେ। ଘଟଣାଟି ମାଲେସିଆର। ଜାଣିବାକୁ ମିଳିଛି ଯେ ଯୁବକ ଜଣକ ଏକ ମାଂସ କଟା ଛୁରୀରେ ପ୍ରଥମେ ପତ୍ନୀ ଓ ପରେ ତାଙ୍କ ୨ ମାସର ପୁଅକୁ ହତ୍ୟା ପରେ ବାଇକ୍‌ ନେଇ ଘରୁ ଫେରାର୍‌ ହୋଇ ଯାଉଥିଲେ। ଏହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଏହି ଘଟଣାର ତଦନ୍ତ ସ୍ଥାନୀୟ ପୁଲିସ୍‌ ଆରମ୍ଭ କରିଛି। ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ବ୍ୟକ୍ତିଙ୍କ ଘରୁ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ମୃତଦେହ ଉଦ୍ଧାର କରିଛି। ଉଭୟ ମାଅ‌ା ଓ ଛୁଆଙ୍କ ଗଳାରେ ଛୁରୀରେ ଆଘାତ ହୋଇଥିବାର ଚିହ୍ନ ସ୍ପଷ୍ଟ ଦେଖିବାକୁ ମିଳିଛି।

ପୁଲିସ୍‌ ଜୁଲାଇ ୪ ତାରିଖରେ ୨୬ ବର୍ଷୀୟା ମହିଳା ଓ ତାଙ୍କ ପିଲାର ମୃତଦେହ ଜବତ କରିଛି। ତେବେ ମାଲେସିଆ ରାସ୍ତା ଉପରେ ଜଣେ ବ୍ୟକ୍ତି ଏଭଳି ଭାବେ ନଗ୍ନ ହୋଇ ବାଇକ୍‌ ଚଲାଇବା ଘଟଣା ସଭିଙ୍କୁ ଚକିତ କରିଛି। ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି। ତା ସହ ସେ ଚଲାଉଥିବା ନାଲି ରଂଗର ମଟର ସାଇକେଲ୍‌ ଓ ଛୁରୀକୁୁ ଜବତ କରିିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏମାନଙ୍କ ବିବାହ ଗତ ବର୍ଷ ହୋଇଥିଲା। ମାଲେସିଆରେ ଲାଗିଥିବା କରୋନା ପ୍ରତିିବନ୍ଧକ ଯୋଗୁ ସେମାନେ ବିବାହ ଭୋଜି ଦେଇ ପାରିନଥିଲେ। ଏହି ବର୍ଷ ସେମାନେ ବିବାହ ଭୋଜି ଦେବାର ଯୋଜନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe