ଦୁଇ ଦୁଇ ଥର ଆସିଲା ମୃତ୍ୟୁ, ରକ୍ଷା କବଚ ସାଜିଲା ହେଲ୍‌ମେଟ୍‌; ଦେଖନ୍ତୁ ଭିଡିଓ

Advertisment
ଦୁଇ ଦୁଇ ଥର ଆସିଲା ମୃତ୍ୟୁ, ରକ୍ଷା କବଚ ସାଜିଲା ହେଲ୍‌ମେଟ୍‌; ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ମଣିଷ ଜୀବନ ଏକ ଦୁର୍ଲଭ ଜୀବନ, ତାହା କେବଳ ପୁସ୍ତକର କଥା ନୁହେଁ। ବାସ୍ତବରେ ଏହି ଜୀବନ ଯେ କେତେ ଦୁର୍ଲଭ,  ଯିଏ ମରଣ ମୁହଁରୁ ଜୀବନ ପାଇଛି ସେ ହିଁ କହିପାରିବ। ଦିଲ୍ଲୀର ଜଣେ ଯୁବକ ଦୁଇ ଥର ମରଣ ମୁହଁରୁ ବର୍ତ୍ତିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ତାହା ପୁଣି ସମ୍ଭବ ହୋଇଛି ସେ ହେଲ୍‌ମେଟ୍‌ ପରିଧାନ କରିଥିବା ହେତୁ। ଯୁବକ ଜଣକ ହେଲ୍‌ମେଟ୍‌ ପରିଧାନ ନକରିଥିଲେ ତାଙ୍କ ଅବସ୍ଥା ଯେ କ’ଣ ହୋଇଥାନ୍ତା, ତାହା କେହି କହିପାରିବେ ନାହିଁ।

ଦିଲ୍ଳୀ ପୁଲିସ୍ ସଡ଼କ ସୁରକ୍ଷା ଉପରେ ସଚେତନା ବାର୍ତ୍ତା ଦେବା ପାଇଁ ଏକ ଭିଡିଓ ସେୟାର୍‌ କରିଛି। ଭିଡିଓ‌ରେ ଯାହା ଦୃଶ୍ୟମାନ ହୋଇଛି ସେ ଘଟଣା ସିସିଟିଭିରେ କଏଦ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ ଚଳାଉଛନ୍ତି। ସେହି ସମୟରେ ସେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏକ କାର୍‌ ସହ ତାଙ୍କର ଦୁର୍ଘଟଣା ଘଟି ସେ ଛିଟିକି ତଳେ ପଡୁଛନ୍ତି। ତଳେ ପଡ଼ି ମଧ୍ୟ ତାଙ୍କର କିଛି ହେଉ ନାହିଁ, କାରଣ ତାଙ୍କ ମୁଣ୍ଡରେ ହେଲ୍‌ମେଟ୍‌ ଅଛି। ସେହି ସମୟ‌ରେ ଉପରୁ ଷ୍ଟ୍ରିଟ୍‌ ଲାଇଟ୍‌ ଭାଙ୍ଗି ତାଙ୍କ ଉପ‌ରେ ଖସି ପଡୁଛି। ସେଥିରୁ ବି ସେ ହେଲ୍‌ମେଟ୍‌ ପିନ୍ଧିଥିବା କାରଣରୁ ସୁରକ୍ଷା ପାଉଛନ୍ତି।

ଦିଲ୍ଲୀ ପୁଲିସ୍‌ ସେହି ଭିଡିଓଟିକୁ ପୋଷ୍ଟ୍‌ କରି କ୍ୟାପ୍‌ସନ ଦେଇଛି, ‘ଯିଏ ହେଲ୍‌ମେଟ୍‌ ପିନ୍ଧନ୍ତି ଭଗବାନ ତାଙ୍କୁ ସହାୟ ହୁଅନ୍ତି’। ଏହାଛଡ଼ା ଭିଡିଓରେ ଲେଖାଯାଇଛି, ‘ହେଲ୍‌ମେଟ୍‌ ପିନ୍ଧିବା ଦ୍ବାରା ଆପଣ ଥରେ, ଦୁଇଥର, ତିନିଥର ଓ ବାରମ୍ବାର ବଞ୍ଚିପାରନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe