ସବୁଜ ପୃଥିବୀ ପାଇଁ ଓଡ଼ିଆ ପୁଅ ସିଦ୍ଧାର୍ଥଙ୍କ ନିଆରା ପ୍ରୟାସ

Advertisment

୫ହଜାର କିଲୋମିଟର ପର୍ଯ୍ୟନ୍ତ କରିବେ ଚାରାରୋପଣ

୫ହଜାର କିଲୋମିଟର ପର୍ଯ୍ୟନ୍ତ କରିବେ ଚାରାରୋପଣ

ସବୁଜ ପୃଥିବୀ ପାଇଁ ଓଡ଼ିଆ ପୁଅ ସିଦ୍ଧାର୍ଥଙ୍କ ନିଆରା ପ୍ରୟାସ

ଦିନକୁ ଦିନ ବୃକ୍ଷ ସଂଖ୍ୟା କମ ହେବାରେ ଲାଗିଛି। ଏହା ଏବେ ଚିନ୍ତାର କାରଣ ହୋଇଛି ।ଏଥିପାଇଁ ସରକାର ମଧ୍ୟ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି କେତେକ ସ୍ଥାନରେ ଚାରା ରୋପଣ ପାଇଁ ରହିଛି । ଖାସ ଦିନ ଯେପରିକି ବନ ମହୋତ୍ସବ ।ଏହା ଏଭଳି ଏକ ଦିନ ଯେଉଁଦିନ ଚାରା ରୋପଣ କରାଯାଏ ।
ଗଛ ଲଗାଇବା ପାଇଁ ଯେ ଏକ ଖାସ ଦିନ ରହିଛି ,ତାହା କହିବା ଭୁଲ ହେବ।  ନିଜର ଚିନ୍ତାଧାରାକୁ ବଦଳାଇ ସମାଜରେ ଏକ ବଡ଼ ପରିବର୍ତ୍ତନ ଆଣିବାର ଯଥେଷ୍ଟ ଆବଶ୍ୟକତା ରହିଛି।

ହଁ ,  ସେହିଭଳି ଏକ ଉଦାହରଣ ଲାଗି ପ୍ରୟାସ କରିଛନ୍ତି ବାଇକର ସିଦ୍ଧାର୍ଥ ଶଙ୍କର ପଣ୍ଡା।ସବୁଜ ପୃଥିବୀ ପାଇଁ ଓଡ଼ିଆ ପୁଅ ସିଦ୍ଧାର୍ଥଙ୍କ ନିଆରା ପ୍ରୟାସ । ଚାରା ରୋପଣ ପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ବାଇକ୍ ଯାତ୍ରା କରିଛନ୍ତି ଭୁବନେଶ୍ୱରର ସିଦ୍ଧାର୍ଥ । କିଛି ସାଥୀଙ୍କୁ ନେଇ ଭୁବନେଶ୍ୱରରୁ ଅରୁଣାଚଳ ପ୍ରଦେଶ ପାଖାପାଖି ୫୦୦୦ କିମି ବାଇକ୍ ଯାତ୍ରା କରିଛନ୍ତି ।

No photo description available.

ଆଜି ଭୋରରୁ ବାଇକ୍ ଯାତ୍ରାରେ ବାହାରି ଯାଇଛନ୍ତି ସିଦ୍ଧାର୍ଥ । ବାଇକର ସିଦ୍ଧାର୍ଥ ଶଙ୍କର ପଣ୍ଡା ଭୁବନେଶ୍ୱରରୁ ଅରୁଣାଚଳ ପ୍ରଦେଶର ତାୱଙ୍ଗ ଅଭିମୁଖେ ଯିବା ବେଳେ ରାସ୍ତା କଡ଼େ କଡ଼େ ମଞ୍ଜିଗୋଳା ଫୋପାଡ଼ି ବୃକ୍ଷରୋପଣ କରିବାକୁ ଯୋଜନା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe