ସାର୍କଠାରୁ ବି ମଶାକୁ ଅଧିକ କ୍ଷତିକାରକ କହିଲେ ବିଲ୍‌ ଗେଟ୍‌ସ

Advertisment
ସାର୍କଠାରୁ ବି ମଶାକୁ ଅଧିକ କ୍ଷତିକାରକ କହିଲେ ବିଲ୍‌ ଗେଟ୍‌ସ

ଯଦି ଆପଣଙ୍କୁ ପ୍ରଶ୍ନ କରାଯିବ କି ଆପଣଙ୍କୁ ସବୁଠାରୁ ଅଧିକ ଡର କେଉଁ ପ୍ରାଣୀକୁ ଲାଗେ, ତେବେ ଆପଣ ସାପ, ସାର୍କ ଆଦି ପ୍ରାଣୀଙ୍କ ନାମ ନେବେ। କିନ୍ତୁ ଏମିତି ଏକ ପ୍ରାଣୀ, ଯାହା ସାର୍କ ଠାରୁ ବି ଅଧିକ କ୍ଷତିକାରକ। ବିଲ ଗେଟସ ସୋଶିଆଲ ମିଡିଆରେ ଗୋଟିଏ ଷ୍ଟୋରି ସେୟାର କରିଛନ୍ତି, ଯେଉଁଠି ସେ ସାର୍କ ଠାରୁ ବି ଅଧିକ କ୍ଷତିକାରକ ‘ମଶା’କୁ କହିଛନ୍ତି। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ।

କିନ୍ତୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ, ୧୦୦ ବର୍ଷ(୧୯୧୬-୨୦୧୬)ରେ ସାର୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୧,୦୩୫। ସେଇଠି ମଶା ଦ୍ୱାରା ମରିଥିବା ଲୋକଙ୍କ ସଂଖ୍ୟା ୧,୪୭୦। ମଶାଙ୍କ ଦ୍ୱାରା ବ୍ୟାପୁଥିବା ମ୍ୟାଲେରିଆ ସବୁଠାରୁ ବିପଦପୂଣ୍ଣ ବୋଲି କୁହାଯାଏ। ପ୍ରତିବର୍ଷ ୨୦ କୋଟି ଲୋକ ମ୍ୟାଲେରିଆରେ ମରିଥାନ୍ତି। ମ୍ୟାଲେରିଆ ଦ୍ୱାରା ପ୍ରତି ୨ ମିନିଟରେ ଗୋଟିଏ ଶିଶୁର ମୃତ୍ୟୁ ହୁଏ। ଖରା ଦିନରେ ମଶାଙ୍କ ଆତଙ୍କ ବିଯାଏ ଏବଂ ଅନେକ ଲୋକ ଏହାର ଶିକାର ହୋଇଥାଆନ୍ତି। ବିଲ ଗେଟସ ଏକ ପୋଷ୍ଟ ଜରିଆରେ ଲୋକଙ୍କୁ ଅବଗତ କରାଇଛନ୍ତି।

publive-image

ଜାଣନ୍ତୁ ମ୍ୟାଲେରିଆ ଠାରୁ କେମିତି ବଂଚିବେ ?

ଶରୀରରେ ସୋରିଷ ତେଲ ଲଗାନ୍ତୁ ଯ ଏହା ଦ୍ୱାରା ମଶା କାମୁଡେନି।

ମଶାମାନେ ଜମି ରହିଥିବା ପାଣିରେ ଜନ୍ମ ହୁଅନ୍ତି। ସେଥିପାଇଁ ଆଖପାଖର ଭଙ୍ଗା ବାସନକୁସନକୁ ହଟାଇ ଦିଅନ୍ତୁ।

ଘର ଆଖପାଖରେ ଥିବା ଖାଲ ତଥା ପାଣି ଜମୁଥିବା ସ୍ଥାନକୁ ପୋତି ଦିଅନ୍ତୁ।

ଛାତ ଉପର ଟାଙ୍କି, କୁଲର ଆଦିର ପାଣି ପରିବର୍ତ୍ତନ କରନ୍ତୁ। ସପ୍ତାହରେ ଥରେ ନିଶ୍ଚୟ ବଦଳାନ୍ତୁ। ଏହା ଦ୍ୱାରା ମଶାଙ୍କ ପ୍ରଜନନ ଉପରେ ରୋକ ଲଗାଯାଇପାରିବ।

ନିମ୍ବପତ୍ରର ଧୁଆଁ ବା ନିମ୍ବର ତେଲ ଜଳାଇ ମଶାଙ୍କୁ ଦୂର କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe