ବିଲ୍‌ ଗେଟସ୍‌ ବନାଉଛନ୍ତି ‘ସୁପର କାଓ’: କ’ଣ ରହିଛି ଏହି ଗାଈର ବିଶେଷତ୍ୱ ଜାଣନ୍ତୁ

ବିଲ୍‌ ଗେଟସ୍‌ ବନାଉଛନ୍ତି ‘ସୁପର କାଓ’: କ’ଣ ରହିଛି ଏହି ଗାଈର ବିଶେଷତ୍ୱ ଜାଣନ୍ତୁ

ଲଣ୍ଡନ: ଦୁନିଆର ସବୁଠାରୁ ଧନୀ ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ । ବିଲ୍‌ ଗେଟସ୍‌ କିଛିଦିନ ହେବ ଜୈବିକ କ୍ଷେତ୍ରରେ କାମ କରୁଛନ୍ତି। ସେ ଏକ ‘ସୁପର କାଓ’ (ଶକ୍ତିଶାଳୀ ଗାଈ)ର ବନାଇବେ ବୋଲି ଯୋଜନା କରିଛନ୍ତି। ଏଥିପାଇଁ ସେ ଏଡିନବର୍ଗସ୍ଥିତ ଲିବଷ୍ଟାକ ବେଟେରିନରି ମେଡିସିନ୍‌ ରିସର୍ଚ୍ଚରେ ଏଥିପାଇଁ ୪୦ମିଲିୟନ ଡଲାର ନିବେଶ କରିଛନ୍ତି। ବିଲ୍‌ ଗେଟସ୍‌ଙ୍କ ଉଦ୍ଦେଶ୍ୟ ତାଙ୍କର ଏହି ‘ସୁପର କାଓ’ ୟୁରୋପୀୟ ଗାଈଙ୍କ ଠାରୁ ଅଧିକ କ୍ଷୀର ଦେବ। କେବଳ ଏତିକି ନୁହେଁ, ସେ ‘ଶକ୍ତଶାଳୀ କୁକୁଡା’ ବନାଇବାର ମଧ୍ୟ ଯୋଜନା ରଖିଛନ୍ତି।

publive-image

ବିଲ୍‌ଙ୍କ ‘ସୁପର କାଓ’ର ଆଫ୍ରିକା ଗାଈମାନଙ୍କ ଭଳି ଅଧିକ ଗରମ ସହ୍ୟ କରିବାର କ୍ଷମତା ରହିବ। ଅର୍ଥାତ୍‌ ଗରମ ଜଳବାୟୁରେ ସେ ସୁବିଧାରେ ବସବାସ କରିପାରୁଥିବ। କିନ୍ତୁ କିଭଳି ଭାବେ ‘ସୁପର କାଓ’ ବନାଯିବ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ବିଲ୍‌ଙ୍କ ଏହି ପଦକ୍ଷେପ ଦ୍ୱାରା ଲକ୍ଷାଧିକ କୃଷକଙ୍କୁ ଲାଭ ମିଳି ପାରିବ।

publive-image

ଅନ୍ୟପକ୍ଷରେ ବୈଜ୍ଞାନିକମାନେ ଚେତାବନୀ ଦେଇ କହିଛନ୍ତି, ଏହି ପ୍ରକାର ଗାଈ ପରିବେଶକୁ କ୍ଷତି ପହଞ୍ଚାଇ ପାରନ୍ତି। କାରଣ ଏମାନେ ମିଥେନ୍‌ ଗ୍ୟାାନ୍‌ ଉତ୍ପାଦନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe