ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଚାଷୀ

ସଫ୍ଟୱୟାରର ଏକ ଯାନ୍ତ୍ରିକ ତ୍ରୁଟି ହେତୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ  ଭୁଲବଶତଃ ୧୦୦,୧୩୫, ୬୦୦୦୦୦,୧୩,୯୫୪୨୧୦୦,୨୩,୫୬୦୦୦୦,୩୯୫୪୨ଙ୍କା ଜମା ହୋଇଥିଲା। ଏତେ ପରିମାଣ ଟଙ୍କା ଦେଖି ଆଶ୍ଚର୍ଯ୍ୟ ଓ ବିରକ୍ତ ହୋଇଥିଲେ ଚାଈେ।

ାଂହହଯେ

ଲ‌କ୍ଷ୍ମୌ: ଉତ୍ତରପ୍ରଦେଶର ହାଥରସରେ ସଫ୍ଟୱୟାରର ଏକ ଯାନ୍ତ୍ରିକ ତ୍ରୁଟି ଜଣେ ଚାଷୀଙ୍କୁ କିଛି ସମୟ ପାଇଁ ବିଶ୍ୱର ସବୁଠାରୁ ଧନୀ ଚାଷୀ କରିଦେଇଥିଲା। କାରଣ ଉକ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ  ଭୁଲବଶତଃ ୧୦୦,୧୩୫, ୬୦୦୦୦୦,୧୩,୯୫୪୨୧୦୦,୨୩,୫୬୦୦୦୦,୩୯୫୪୨ଙ୍କା ଜମା ହୋଇଥିଲା।

ଚାଷୀ ଅଜିତ କୁମାର ଏତେ ପରିମାଣର ଟଙ୍କା ତାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଜାଣି ଆଶ୍ଚର୍ଯ୍ୟ ଏବଂ ବିରକ୍ତ ହୋଇଯାଇଥିଲେ। ମୋବାଇଲ୍ ସ୍କ୍ରିନରେ ବିପୁଳ ପରିମାଣର ଟଙ୍କା ଜମା ହୋଇଥିବାର ବାର୍ତ୍ତା ଦେଖି ସେ ଠକେଇ ହୋଇଥିବା ନେଇ ସ୍ପଷ୍ଟ ଭାବେ ଜାଣି ପାରିଥିଲେ। 

କାରଣ କିଛି ଦିନ ପୂର୍ବରୁ ଅଜିତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୮୦୦ ଟଙ୍କା ଠକେଇ ହୋଇଥିଲା। ଏହି ଘଟଣା ପରେ ସେ ବହୁତ ଭୟଭୀତ ହୋଇଯାଇଥିଲେ।  ଘଟଣା ପରଦିନ ସେ ଯେତେବେଳେ ତାଙ୍କ ଆକାଉଣ୍ଟର ବାଲାନ୍ସ ଯାଞ୍ଚ କରିଥିଲେ, ସେଥିରେ ଏମିତି ଏକ ସଂଖ୍ୟାର ରାଶି ଜମା ଥିବାର ସୂଚନା ମିଳିଥିଲା ଯାହାକୁ ଗଣନା ମଧ୍ୟ କରାଯାଇପାରିବ ନାହିଁ। 

ପୁଣିଥର ସେ କାଳେ ଠକେଇର ଶିକାର ହୋଇଯିବେ ଭୟରେ ତୁରନ୍ତ କୋତୱାଲି ସାଦାବାଦ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।

ଅଜିତ ଜଣେ ସାଧାରଣ ଚାଷୀ ଏବଂ ତାଙ୍କର କେବଳ ୮ ବିଘା ଜମି ଅଛି । ଯେଉଁଥିରେ ସେ ଚାଷ କରନ୍ତି ଏବଂ ତାଙ୍କ ଘର ଖର୍ଚ୍ଚ ଉଠାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe