୩୫ ଜଣ ପିଲାଙ୍କ ଭବିଷ୍ୟତ ସଜାଡ଼ୁଛନ୍ତି ୭୫ ବର୍ଷୀୟ ମା’ ବୀଣା ଯୋଶୀ!

Advertisment
୩୫ ଜଣ ପିଲାଙ୍କ ଭବିଷ୍ୟତ ସଜାଡ଼ୁଛନ୍ତି ୭୫ ବର୍ଷୀୟ ମା’ ବୀଣା ଯୋଶୀ!

ଜଣେ ୭୫ ବର୍ଷୀୟ ମା’ଙ୍କ ହାତରେ ୩୫ ଜଣ ପିଲାଙ୍କ ଭବିଷ୍ୟତ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ମା’ ଜଣକ ୩୫ ଜଣ ପିଲାଙ୍କୁ ନିଜ ଉଦ୍ୟମରେ ପାଠପଢ଼ାଇ ସେମାନଙ୍କର ଭବିଷ୍ୟତ ସଜାଡୁଛନ୍ତି। ଏହି ମହିଳା ଜଣକ ହେଲେ ଡେରାଡ଼ୁନର ବୀଣା ଯୋଶୀ। ୭୫ ବର୍ଷ ବୟସରେ ମଧ୍ୟ ତାଙ୍କଠି ରହିଛି ବାଳସୁଲଭ ଗୁଣ। ଏତିକି ବୟସ ହୋଇଥିଲେ ମଧ୍ୟ ସେ ଆଜି ୩୫ ଜଣ ପିଲାଙ୍କ ମା’ ହୋଇ ତାଙ୍କର ଭବିଷ୍ୟତ ସଜାଡ଼ୁଛନ୍ତି। ଭଡ଼ାଘର ନେଇ ପିଲାଙ୍କ ପାଠପଢ଼ା ଦାୟିତ୍ୱ ବୁଝୁଛନ୍ତି। ଆଉ ଘରର ନାମ ରଖିଛି ‘ଆଓ ପୋ’। ଘରର ଉପର ମହଲାରେ ପିଲାଙ୍କ ପାଇଁ ଶ୍ରେଣୀ ତିଆରି ହୋଇଛି। ଆଉ ସେଠାରେ ପଢ଼ନ୍ତି ୩୫ ଜଣ ପିଲା। ୨୦ ବର୍ଷ ଧରି ଶିକ୍ଷା ପାଇଁ କାମ କରୁଥିବା ବୀଣାଙ୍କୁ ପିଲାମାନେ ମା’ ବୋଲି ଡାକନ୍ତି।

publive-image

ବୀଣା ଯୋଶୀ ହାଭାର୍ଡ଼ ୟୁନିଭର୍ସିଟି ଠାରୁ ଆରମ୍ଭ କରି ଲକ୍ଷ୍ନୌରେ ଏକ କଲେଜ ସମେତ ଅନେକ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସେବା ଦେଇସାରିଛନ୍ତି। ବୀଣାଙ୍କ ସ୍ୱାମୀ ଭୂଷଣ କୁମାର ବିଶ୍ୱିଦ୍ୟାଳୟରେ ଜଣେ କୂଳପତି ଥିଲେ। ସ୍ୱାମୀଙ୍କ ଅବସର ପରେ ୧୯୯୮ରେ ସେମାନେ ଡେରାଡ଼ୁନ ପଳାଇଯାଇଥିଲେ। ଆଉ ସେବେଠାରୁ ଭଡ଼ାଘର ନେଇ ବୀଣା ଯୋଶୀ ପିଲାଙ୍କୁ ମାଗଣାରେ ପାଠ ପାଇବାରେ ଲାଗିଲେ। ପିଲାମାନେ ଆଧୁନିକ ଶିକ୍ଷାରେ ପଛରେ ପଡ଼ିନଯାଆନ୍ତୁ, ଏଥିପାଇଁ ତାଙ୍କୁ କମ୍ପ୍ୟୁଟର ଶିକ୍ଷା ମଧ୍ୟ ଦିଆଯାଏ। ପିଲାଙ୍କ ଶିକ୍ଷା ପାଇଁ ୩ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତ କରିଛନ୍ତି ବୀଣା। କେବଳ ଏତିକି ନୁହେଁ ଶିକ୍ଷକଙ୍କୁ ଭଲ ଦରମା ମଧ୍ୟ ମିଳେ। ଏହାସହ ବୀଣା ସମୟ ପାଇଲେ ନିଜେ ମଧ୍ୟ ପିଲାଙ୍କୁ ପାଠପଢ଼ାନ୍ତି।

publive-image

ବୀଣା ଯୋଶୀ ଗୋଟିଏ ହାତରେ କାମ କରିପାରନ୍ତି ନାହିଁ। ଆରାମ କରିବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। କିନ୍ତୁ ବୀଣା ପିଲାଙ୍କ ସହ ସମୟ ବିତାଇ ପାଇଁ ଅଧିକ ପସନ୍ଦ କରନ୍ତି। ତେଣୁ ସେ ସମୟ ପାଇଲେ ପିଲାଙ୍କ ସହ ମିଶିବା ସହ ତାଙ୍କୁ ପାଠ ପଢ଼ାଇ ଥାଆନ୍ତି। ସବୁଠାରୁ ଖାସ୍‌ କଥା ହେଲା ସ୍କୁଲର ଖର୍ଚ୍ଚ ଉଠାଇବା ପାଇଁ ବୀଣା ଶୁଦ୍ଧ ମସଲା, ଚିପ୍ସ, ବଡ଼ି, ଅଁଳା ଆଚାର, ହଳଦୀ ଆଦି ପ୍ରସ୍ତୁତ କରି ବିକ୍ରି କରନ୍ତି ଓ ପାଠଶାଳା ଚଳାନ୍ତି। ପାଠଶାଳାରେ ଶିକ୍ଷକଙ୍କ ବେତନକୁ ଛାଡ଼ି ପାଖାପାଖି ୨୦ ହଜାରରୁ ଅଧିକ ଟଙ୍କାର ଖର୍ଚ୍ଚ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe