ଅଳିଆ ଆବର୍ଜନାରୁ ତିଆରି ହେବାକୁ ଯାଉଛି ବାୟୋଡିଜେଲ, ପାନୀୟ ଜଳ ଏବଂ ବିଦ୍ୟୁତ୍‌!

Advertisment
ଅଳିଆ ଆବର୍ଜନାରୁ ତିଆରି ହେବାକୁ ଯାଉଛି ବାୟୋଡିଜେଲ, ପାନୀୟ ଜଳ ଏବଂ ବିଦ୍ୟୁତ୍‌!

ପ୍ରତିଦିନ ସହରମାନଙ୍କରେ ଗଦା ହେଉଛି ଟନ୍‌ ଟନ୍‌ ଅଳିଆ ଆବର୍ଜନା। ଯାହା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହ ପରିବେଶକୁ ପ୍ରଦୂଷଣ କରିବାରେ ଲାଗିଛି। ଏହା ଏବେ ଚିନ୍ତାର କାରଣ ପାଲଟିଛି। ଏଥିରୁ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ ଏଣିକି ଅଳିଆ ଆବର୍ଜନାରୁ ତିଆରି କରାଯିବ ବାୟୋଡିଜେଲ, ପାନୀୟ ଜଳ ଏବଂ ବିଦ୍ୟୁତ୍‌।

publive-image

ଅଳିଆ ଆବର୍ଜନାରୁ ଏବେ ତିଆରି କରାଯିବ ବାୟୋ ଡିଜେଲ, ବିଦ୍ୟୁତ, ଗ୍ୟାସ ଏବଂ ପିଇବା ପାଣି। ଆମେରିକା ଟେକ୍ନୋଲୋଜି ଉପରେ ଆଧାରିତ ଏକ କମ୍ପାନୀ ନଗର ବିକାଶ ଏହାର ପ୍ରସ୍ତାବ ଦେଇଛି। ଅଳିଆ ଆବର୍ଜନାରୁ ରକ୍ଷା ପାଇବା ପାଇଁ କମ୍ପାନୀ ଏହିଭଳି ଏକ ମେସିନର ଉଦ୍ଭାବନ କରିଛି, ଯାହା ଦ୍ୱାରା ଆବର୍ଜନାକୁ ବ୍ୟବହାର କରି ସେଥିରୁ ବାୟୋ ଡିଜେଲ , ବିଦ୍ୟୁତ, ଗ୍ୟାସ ଏବଂ ପିଇବା ପାଣି ବାହାର କରାଯାଇ ଏହାକୁ ବ୍ୟବହାର ଉପଯୋଗୀ କରାଯାଇପାରିବ। ପାଟନା ଅଳିଆ ଆବର୍ଜନାକୁ ବ୍ୟବହାର କରି ପ୍ରତିଦିନ ପ୍ରାୟ ଅଢେଇ ଲକ୍ଷ ଲିଟର ବାୟୋ ଡିଜେଲ ତିଆରି କରିବାରେ ସଫଳ ହୋଇପାରିଛି ।

publive-image photo by : content.time.com

ସରକାର ଚାହିଁଲେ ଏହାକୁ ବାୟୋଗ୍ୟାସରେ ପରିଣତ କରି ସହରମାନଙ୍କୁ କନେକ୍ସନ ଦେଇପାରିବେ। ଏହି ଗ୍ୟାସ ଏଲପିଜି ଗ୍ୟାସ ଠାରୁ ବି ଅଧିକ ଉପଯୋଗୀ ଅଟେ । ଆବର୍ଜନା ନିସ୍ତାରଣ ପ୍ଲାଣ୍ଟ ସ୍ଥାପିତ କରିବା ପାଇଁ ଏଜେନ୍‌ସି, ନଗରନିଗମ କିମ୍ବା ସରକାରଙ୍କ ଠାରୁ କୌଣସି ଖର୍ଚ୍ଚ ନେବେ ନାହିଁ। ପ୍ରାୟ ଏକ ଏକର ଜମିରେ ଏହି ପ୍ଲାଣ୍ଟକୁ ସ୍ଥାପିତ କରାଯାଇ ସମ୍ପୂର୍ଣ୍ଣ ସହରର ଆବର୍ଜନାକୁ ବ୍ୟବହାର ଉପଯୋଗୀ କରାଯାଇପାରିବ। କମ୍ପାନୀ ଘର ଘର ବୁଲି ଆବର୍ଜନା ଏକାଠି କରି ତାହାକୁ ପ୍ଲାଣ୍ଟରେ ବ୍ୟବହାର ଉପଯୋଗୀ କରିବ ଏବଂ ସେଥିରୁ ପାନୀୟ ଜଳ, ବାୟୋ ଗ୍ୟାସ ଇତ୍ୟାଦି ତିଆରି କରି ଲୋକମାନଙ୍କ ନିକଟକୁ ପହଞ୍ଚାଇବ। କେବଳ ସେତିକି ନୁହେଁ ସରକାର ଚାହିଁଲେ ଏଥିରେ ଏକ ପେଟ୍ରୋଲ ପମ୍ପ ଖୋଲି ଡିଜେଲ ମଧ୍ୟ ବିକ୍ରି କରିପାରିବେ। ଯାହାର ଦାମ ଲିଟର ପିଛା ୨୫ ଟଙ୍କା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe