ଖାକି ପୋଷାକରେ ଆସି ବସିପଡ଼ିଥିବା ଚଢ଼େଇକୁ ଫୁଲରସ ପିଆଉଛନ୍ତି ପୁଲିସ

ଖାକି ପୋଷାକରେ ଆସି ବସିପଡ଼ିଥିବା ଚଢ଼େଇକୁ ଫୁଲରସ ପିଆଉଛନ୍ତି ପୁଲିସ

ନୂଆଦିଲ୍ଲୀ: ପୁଲିସ ଚୋର, ଡକାୟତ ଓ ଅପରାଧୀଙ୍କୁ ଧରିବା ସହିତ ଅନେକ ଲୋକଙ୍କୁ ଦରକାର ପଡ଼ିଲେ ସାହାଯ୍ୟ ବି କରିଥାଏ। ପୁଲିସକୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପୁଲିସ କାମକୁ ଦେଖି ଲୋକେ ପ୍ରଶଂସା ବି କରିଥାଆନ୍ତି। ଏହି କ୍ରମରେ କେରଳ ପୁଲିସର ଏକ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓ ଦେଖୁଦେଖୁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହି ସୁନ୍ଦର ଭିଡିଓକୁ ଦେଖିଲେ ମନ ଖୁସି ବି ହୋଇଯାଉଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ପୁଲିସକର୍ମଚାରୀ ଛିଡ଼ା ହୋଇଛନ୍ତି। ଏହି ସମୟରେ ତାଙ୍କ ଖାକି ପୋଷାକ ଉପରେ ଏକ ଚଢ଼େଇ ଆସି ବସିପଡ଼ୁଛି। ଖରା‌ଦିନେ କାଳେ ଚଢ଼େଇକୁ ‌ଶୋଷ ଲାଗୁଥିବ ସେଥିପାଇଁ ସେ ତାକୁ ଫୁଲର ରସ ପିଆଇବାକୁ ଚେଷ୍ଟା କରୁଛନ୍ତି।

ଯେମିତି କି ‌ଚଢ଼େଇଟି ଉଡି ଆସି ପୁଲିସଙ୍କ ଖାକି ପୋଷାକରେ ବସି କହୁଛି,‘ଦେଖିଲ ଦେଖି ତୁମର ଖାକି ପୋଷାକ ସହିତ ‌ମୋର ପରର ରଙ୍ଗ ବି ମିଶୁଛି ନା’।

ଏହି ଭିଡିଓକୁ ଲୋକେ ପସନ୍ଦ କରିବା ସହିତ ସେୟାର ବି କରୁଛନ୍ତି। ଏଥିସହିତ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ହୃଦୟସ୍ପର୍ଶୀ ଭିଡିଓକୁ ଦେଖିବା ପରେ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe