୧୨ବର୍ଷ ପୁଅର ଜନ୍ମଦିନ ପାଳନ ପାଇଁ କୋଟିପତି ପିତା ଏପରି ବି କରି ପାରନ୍ତି !

Advertisment
୧୨ବର୍ଷ ପୁଅର ଜନ୍ମଦିନ ପାଳନ ପାଇଁ କୋଟିପତି ପିତା ଏପରି ବି କରି ପାରନ୍ତି !

ନୂଆଦିଲ୍ଲୀ: ପ୍ରତ୍ୟେକ ପିତା-ମାତା ନିଜ ସନ୍ତାନର ଜନ୍ମ ଦିନକୁ ଆଡମ୍ବର ସହ ପାଳନ କରିବା ସହିତ ସ୍ମରଣୀୟ କରିବା ପାଇଁ ଚିନ୍ତା କରି ଥାଆନ୍ତି। ତେବେ ନିକଟରେ ଜଣେ କୋଟିପତି ପିତା ନିଜ ୧୨ବର୍ଷ ପୁତ୍ରର ଜନ୍ମ ଦିନ ପାଳନ କରିବାକୁ ଯାଇ ଜନ୍ମ ଉତ୍ସବରେ ସ୍ୱଳ୍ପ ପୋଷାକ ପରିଧାନ କରିଥିବା ଉଲଗ୍ନ ପ୍ରାୟ  ମହିଳାଙ୍କୁ ନିମନ୍ତ୍ରଣ କରି ନାଚଗୀତର ଆସର  କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଜନ୍ମ ଉତ୍ସବର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଲୋକେ ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳୁଛି, ୧୨ବର୍ଷ ପିଲା ଜନ୍ମ ଉତ୍ସବରେ ସ୍ୱଳ୍ପ ପୋଷାକ ପରିଧାନ କରିଥିବା ମହିଳାମାନେ ବୁଲୁଛନ୍ତି। ଅତିଥିମାନଙ୍କୁ ତାଙ୍କ ସହ ନୃତ୍ୟ କରିବା ପାଇଁ ଡାକୁଛନ୍ତି। ତେବେ ଏହା ଏକ ଆଶ୍ଚର୍ଯ୍ୟଜନକ ଜନ୍ମ ଉତ୍ସବ ବୋଲି ଚର୍ଚ୍ଚା ହେଉଛି। ୧୨ବର୍ଷ ପିଲାର ପିତା ଏଭଳି ମହିଳାଙ୍କୁ ଜନ୍ମ ଦିନରେ ଡାକି ଭୋଜିକୁ ଆହୁରି ଆକର୍ଷଣୀୟ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା।

publive-image

କେବଳ ଏତିକି ନୁହେଁ, ଏହି ସ୍ୱଳ୍ପ ପୋଷାକ ପରିଧାନ କରିଥିବା ଉଲଗ୍ନ ପ୍ରାୟ  ମହିଳାମାନେ ୧୨ବର୍ଷର ବାଳକକୁ  ସେମାନଙ୍କ ଶରୀରର  ସ୍ପର୍ଶକାତର ଅଙ୍ଗକୁ ଛୁଅାଁଇ  ନୃତ୍ୟ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଯାହାକୁ ଦେଖି ଜନ୍ମ ଉତ୍ସବରେ ଉପସ୍ଥିତ ଥିବା ଲୋକମାନେ ଅସ୍ୱାଭାବିକ ଅନୁଭବ କରୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe