ନୂଆଦିଲ୍ଲୀ:ଦିଲ୍ଲୀର ରାମଲୀଳା ମଇଦାନରେ ଗତ ସପ୍ତାହରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ଖିଚଡି କାର୍ଯ୍ୟକ୍ରମରେ ବିଳମ୍ବରେ ପହଞ୍ଚିଥିବା ପୁଲିସ କର୍ମଚାରୀଙ୍କୁ ଦଣ୍ଡ ମିଳିଛି। ଦଣ୍ଡ ସ୍ୱରୂପ ରାଜଘାଟରେ ମାର୍ଚ କରିବାକୁ କୁହାଗଲା।
ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ,ଡିସିପି (ସେଣ୍ଟ୍ରାଲ୍) ମନଦୀପ ସିଂହ ରାନ୍ଧବା କହିଛନ୍ତି ଭାରତୀୟ ଜନତା ପାର୍ଟିର ଖିଚଡି କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ୍ ଦିଲ୍ଲୀର ସମସ୍ତ ଥାନାର ପୁଲିସ କର୍ମଚାରୀମାନଙ୍କୁ ସକାଳ ୭ଟା ସୁଦ୍ଧା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚବାକୁ ନିର୍ଦ୍ଦେଶ ଦିଆଯାଇଥିଲା,କିନ୍ତୁ ୮୦ ଜଣ ପୁଲିସ କର୍ମଚାରୀ ଡେରିରେ ପହଞ୍ଚିଥିଲେ।
ବିଳମ୍ବର ଆସିଥିବା ପୋଲିସ କର୍ମଚାରୀମାନେ ସକାଳ ସାଢ଼େ ଅଠଟାରୁ ସାଢ଼େ ନଅଟା ଭିତରେ ପହଞ୍ଚିଥିଲେ। ସେମାନଙ୍କୁ ବିଳମ୍ବର କାରଣ ସଂପର୍କରେ ପଚାରିବାରୁ ସେମାନେ ବର୍ଷା ହେଉଥିବା କାରଣରୁ ଡେରି ହୋଇଗଲା ବୋଲି କହିଥିଲେ। ଏହି କଥା ଜାଣିବାପରେ ବିଳମ୍ବରେ ଆସିଥିବା ପୁଲିସ କର୍ମଚାରୀଙ୍କୁ ରବିବାର ଦିନ ୨ ସିପ୍ଟ ରାତି ୧୧ ଟାରୁ ୨ଟା ଓ ସକାଳ ୬ ଟାରୁ ୧୦ ଟା ଯାଏଁ ମାର୍ଚ କରିବାକୁ ଆଦେଶ ଦିଆଯାଇଥିଲା।
ଭାଜପାର ‘ଖିଚଡି’କାର୍ଯ୍ୟକ୍ରମରେ ବିଳମ୍ବରେ ପହଞ୍ଚିବା ହେତୁ ପୁଲିସ କର୍ମଚାରୀଙ୍କୁ ମିଳିଲା ଏହି ଦଣ୍ଡ
Advertisment
Follow Us