୧୦ବର୍ଷ ପୂର୍ବେ ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତି କାର ଚଲାଇ କ‌ଲେ ଗିନିଜ ୱାଲର୍ଡ ରେକର୍ଡ

Advertisment
୧୦ବର୍ଷ ପୂର୍ବେ ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତି କାର ଚଲାଇ କ‌ଲେ ଗିନିଜ ୱାଲର୍ଡ ରେକର୍ଡ

ନୂଆଦିଲ୍ଲୀ: ଯଦି ନିଜ ଉପରେ ଆତ୍ମା ବିଶ୍ବାସ ଅଛି ତେବେ ଅସମ୍ଭବ କାମ ବି ସମ୍ଭବ ହୋଇପାରିବ। ପୂର୍ବରୁ ଏମିତି ଅନେକ ଉଦାହରଣ ଆମେ ଦେଖିବାକୁ ପାଇଛୁ। ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ କହିବାକୁ ଯାଉଛୁ, ଯିଏ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି। ଏହା ହେଉଛି ଡେନ ପାରକର ନାମକ ଜଣେ ବ୍ୟକ୍ତିଙ୍କ କାହାଣୀ, ଯିଏ କି ଦୃଷ୍ଟିଶକ୍ତି ହରାଇବା ପରେ ପ୍ରତି ଘଣ୍ଟାକୁ ୩୩୯ କିଲୋମିଟର ବେଗରେ ଗାଡି ଚଲାଇ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି।

ଏହି ରେକର୍ଡ ପ୍ରସ୍ତୁତ କରିବାକୁ ପାରକର ତାଙ୍କ ଦୁର୍ଘଟଣାର ଦଶମ ବାର୍ଷିକିକୁ ବାଛିଥିଲେ । ବାସ୍ତବରେ ପାରକର ୧୦ ବର୍ଷ ପୂର୍ବେ କାର୍ ରେସିଂ ସମୟରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ। ଯେଉଁଥିରେ ତାଙ୍କର ଉଭୟ ଆଖିର ରଶ୍ମି ଚାଲି ଯାଇଥିଲା। ବର୍ତ୍ତମାନ ପାରକର ମାର୍ଚ୍ଚ ୩୧ରେ ପ୍ରତି ଘଣ୍ଟାକୁ ୩୩୯.୬୪ କିଲୋମିଟର ବେଗରେ ଏକ କାର ଚଳାଇ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି।


ପାରକର କହିଛନ୍ତି ଯେ  ଏହି ୧୦ ବର୍ଷରେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବା ପାଇଁ କଠିନ ପରିଶ୍ରମ କରିଥି‌ଲି।ମୁଁ ଆଶା କରୁଛି ଯେ ମୋର ଏହି ସଫଳତା ଦ୍ୱାରା ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ଦୃଷ୍ଟିହୀନ ଲୋକମାନେ ଅନୁପ୍ରାଣିତ ହେବେ ଏବଂ ଆଗାମୀ ଦିନରେ ଟେକ୍ନୋଲୋଜି ସାହାଯ୍ୟରେ ସେମାନେ ମଧ୍ୟ ସହଜରେ ଗାଡି ଚଳାଇ ପାରିବେ।

୨୦୧୧ରେ ବ୍ଲାଇଣ୍ଡ ଡ୍ରାଇଭର ପ୍ରତିଯୋଗିତା ପ୍ରଥମ କରି ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହାର ନାମ ପରିବର୍ତ୍ତନ କରାଯାଇ ନ୍ୟାସନାଲ ଫେଡେରେସନ ଅଫ ଦ ବ୍ଳାଇଣ୍ଡ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe