BBC.com
ଆମେରିକାର ସାନଫ୍ରାନସିସ୍କୋରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି କି ରକ୍ତ ପରୀକ୍ଷାରୁ ଗର୍ଭପାତ ସମ୍ଭନ୍ଧରେ ସୂଚନା ମିଳିପାରିବ। ଗର୍ଭଧାରଣର ୧୨ ସପ୍ତାହ ମଧ୍ୟରେ ରକ୍ତ କଣିକାରେ ଥିବା ମାଇକ୍ରୋ ଆରଏନଏ କୁ ପରୀକ୍ଷା କଲେ ଶିଶୁର ଅପରିପକ୍ୱତା ଏବଂ ଉଚ୍ଚରକ୍ତ ଚାପରୁ ହେଉଥିବା ପ୍ରି ଏକ୍ଲାମ୍ପସିଆ ରୋଗର ଆକଳନ କରାଯାଇପାରିବ । ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ ଏହି ପରୀକ୍ଷା ୯୮ % ସଠିକ୍ ବୋଲି ପ୍ରମାଣିତ ହୋଇଛି ।
ଗର୍ଭଧାରଣ ସହ ଜଡ଼ିତ ସମସ୍ୟା ପ୍ରଥମ ସପ୍ତାହରୁ ହିଁ ପ୍ଲାସେନଟାଲ ରକ୍ତ ନଳୀରେ ଦେଖା ଯାଇଥାଏ । ପ୍ରଥମ ୧୨ ସପ୍ତାହ ମଧ୍ୟରେ ଭବିଷ୍ୟତରେ ହେବାକୁ ଥିବା ସମସ୍ୟା ଯାହାକି ପ୍ଲାସେଣ୍ଟାରେ ପ୍ରବାହିତ ହେଉଥିବା ରକ୍ତ କଣିକାରେ ଥିବା ମାଇକ୍ରୋ ଆରଏନଏରୁ ଜଣାଯାଇଥାଏ। ଏହି କଣିକା ଦ୍ୱାରା ପ୍ରସବ ସମୟରେ ହେବାକୁ ଥିବା ସମସ୍ୟା ବିଷୟରେ ମଧ୍ୟ ଜଣା ପଡ଼ିଥାଏ ବୋଲି କହିଛନ୍ତି ଆମେରିକୀୟ ବୈଜ୍ଞାନିକ।
ଏହି ଗବେଷଣାଟି ସାନଫ୍ରାନସିସ୍କୋର ରିପ୍ରଡ଼କ୍ଟିଭ୍ ଇମ୍ୟୁନୋଲୋଜି ଗବେଷଣାଗାରରେୁ ଆମେରିକାନ ସୋସାଇଟି ଫର୍ ରିପ୍ରଡ଼କ୍ଟିଭ୍ ମେଡିସିନ ପକ୍ଷରୁ କରାଯାଇଥିଲା । ମାଇକ୍ରୋ ଆରଏନଏର ବିଭିନ୍ନ ପ୍ରକାର ସମସ୍ୟାର ପରୀକ୍ଷା କରିବା ପରେ ଏହା ୯୦-୯୮ % ସଠିକ୍ ପ୍ରମାଣିତ ହୋଇଥିଲା।
ଆମ ବିଶ୍ଲେଷଣ ଦ୍ୱାରା ଗର୍ଭବତୀ ମା’ ଓ ପେଟରେ ଥିବା ଶିଶୁର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଏହାର ଉପଚାର ପ୍ରଥମ ତିନି ମାସରେ ହୋଇ ପରିବ। ମାଇକ୍ରୋ ଆରଏନଏ ସମ୍ବନ୍ଧରେ ଗବେଷଣା କରି ପ୍ରଥମେ ଆମେ ସଫଳ ହୋଇଛୁ ବୋଲି କହିଛନ୍ତ ଗବେଷକ ଇଡ଼ଗର ଓ୍ଵାଗର।
Follow Us