ଏହି ଫଟୋଟି କେଉଁ ବଲିଉଡ କଳାକାରଙ୍କ କହିପାରିବେ କି?

Advertisment
ଏହି ଫଟୋଟି କେଉଁ ବଲିଉଡ କଳାକାରଙ୍କ କହିପାରିବେ କି?

ନୂଆଦିଲ୍ଲୀ: ଆଜିକା ସମୟରେ ଅନେକ ଡିଜାଇନର ଏଆଇ ସାହାଯ୍ୟରେ ସୁନ୍ଦରସୁନ୍ଦର ଆକର୍ଷଣୀୟ ଫଟୋ ତିଆରି କରୁଛନ୍ତି। ଏହି ଫଟୋଗୁଡ଼ିକର ଚାହିଦା ବି ବେଶ ରହିଛି। ନିକଟରେ ସୋସିଆଲ ମିଡିଆରେ ଜଣେ କଳାକାର ଏଆଇ ସାହାଯ୍ୟରେ କିଛି ଚିତ୍ର ପ୍ରସ୍ତୁତ କରିଛନ୍ତି। ଏହି ଫଟୋରେ ବଲିଉଡ କଳାକାରଙ୍କୁ ହଲିଉଡ ସିନେମା କଳାକାର ଭାବେ ଚିତ୍ରିତ କରାଯାଇଛି। ଆପଣ ଏହି ଫଟୋକୁ ଧ୍ୟାନରେ ଦେଖନ୍ତୁ ଆଉ କୁହନ୍ତୁ ତ ଏଥିରେ କେଉଁ କଳାକାରମାନେ ଅଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋଗୁଡ଼ିକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ ଏଭଳି ବିଚିତ୍ର ଫଟୋକୁ @ଲେଜିଏଇଟଡିଜାଇନ ନାମକ ହ୍ୟା‌‌ଣ୍ଡେଲରୁ ଟୁଇଟରରେ ସେୟାର କରାଯାଇଛି। ଏଥିରେ ବଲିଉଡ କଳାକାର ଶାହାରୁଖ ଖାନ, ଅଜୟ ଦେବଗନ, ଅକ୍ଷୟ କୁମାର, କୁଣାଲ ସୋନୁ ଭଳି କଳାକାରଙ୍କ ଫଟୋ ‌ଥିବା ଦେଖିବାକୁ ମିଳୁଛି।

ଏହି ସମସ୍ତ କଳାକାରଙ୍କ ଫଟୋକୁ ହଲିଉଡର ଚର୍ଚ୍ଚିତ ସିନେମାର ସଫଳ ଚରିତ୍ର ସହିତ ଯୋଡ଼ା ଯାଇଛି। ତେବେ ଶୀର୍ଷକରେ ଥିବା ଫଟୋଟି କଳାକାର ଅନୁପମ ଖେରଙ୍କ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe