ନୂଆଦିଲ୍ଲୀ: ଲଣ୍ଡନର ରେଳ ଷ୍ଟେସନ୍ରେ ଏମିିତି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରେଳ ଷ୍ଟେସନ୍ରେ ଲାଗିଥିବା ବିଟକଏନ୍ ମେସିନ୍ରୁ ଆକସ୍ମିକ ଭାବେ ୨୦ପାଉଣ୍ଡ ନୋଟ ବାହାରିକୁ ଲାଗିଥିଲା। ଏହି ଘଟଣାର ଭିଡିଓ .ଦେଖିବାକୁ ମିଳିଛି। ୨୦ ସେକେଣ୍ଡର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଲଣ୍ଡନ ଓ୍ଵାଣ୍ଡ ଷ୍ଟ୍ରିଟ୍ ଟୟୁବ୍ ଷ୍ଟେସନ୍ରେ ଘଟିଛି।
ଭିଡିଓରେ ଦେଖିବାକୁ ମିଳୁଛି କି ସିକ୍ୟୁରିଟି ଗାର୍ଡ ଲୋକମାନଙ୍କୁ ପାଖକୁ ଆସିବାକୁ ରୋକୁଛନ୍ତି। ସେହିପରି ଅନ୍ୟ ଜଣେ ବ୍ୟକ୍ତି ନୋଟକୁ ଏକାଠି କରୁଛି। ବିଟକଏନ୍ ମେସିନ୍ରୁ ଆକସ୍ମିକ ଭାବେ ୨୦ପାଉଣ୍ଡ ନୋଟ ବାହାରିକୁ ଲାଗିଥିଲାା। ଜଣେ ବ୍ୟକ୍ତି ନୋଟକୁ କଳା ରଙ୍ଗର ବ୍ୟାଗରେ ପୂରାଉଛନ୍ତି।
ଭିଡିଓ ଅପଲୋଡ ହେବା ପରେ ଏହାକୁ ୨ହଜାର ଥର ଅପଭୋଟ କରାଯାଇଛି। ଏହି ଖବର ବିଭିନ୍ନ ଗଣମାଧ୍ୟମକୁ ଆସି ସାରିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଏହି ମେସିନ୍କୁ ପ୍ରସ୍ତୁତ କରିଥିବା କମ୍ପାନି କହିବାନୁସାରେ, ଏଠାରୁ କେହି ଅଧିକ ପରିମାଣର ଟଙ୍କା ବାହାର କରିବାକୁ ଚେଷ୍ଟା କରିଛି। ସେଥିପାଇଁ ମେସିନ୍ରୁ ଏଭଳି ଟଙ୍କା ବାହାରି ଆସୁଛି।
Follow Us