ଭାରତ-ପାକିସ୍ତାନ ଉତ୍ତେଜନା ନେଇ କନ୍ୟା ଘରେ ପହଞ୍ଚି ପାରିଲା ନାହିଁ ବର, ଅଟକି ଗଲା ବିବାହ

Advertisment
ଭାରତ-ପାକିସ୍ତାନ ଉତ୍ତେଜନା ନେଇ କନ୍ୟା ଘରେ ପହଞ୍ଚି ପାରିଲା ନାହିଁ ବର, ଅଟକି ଗଲା ବିବାହ

ନୂଆଦିଲ୍ଲୀ: ଦୁଇ ସପ୍ତାହ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଯାହାର ପ୍ରଭାବ ଭାରତ ଓ ପାକିସ୍ତାନ ସୀମାରେ ରହୁଥିବା ଲୋକଙ୍କ ଉପରେ ପଡ଼ିଛି। ରାଜସ୍ଥାନ ବାରମେରରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ଏଠାରେ ବସବାସ କରୁଥିବା ଜଣେ ଯୁବକଙ୍କ ବିବାହ ପାକିସ୍ତାନରେ ସ୍ଥିର ହୋଇଥିଲା। ବରଯାତ୍ରୀ ପାକିସ୍ତାନ ଯିବାକୁ ଥିଲା। କିନ୍ତୁ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ତିକ୍ତତାକୁ ଦେଖି ବିବାହକୁ ରୋକିବାକୁ ପଡ଼ିଥିଲା।

ବାରମେର ଜିଲ୍ଲାର ଖେଜାଦ୍‌ କା ପାର୍‌ ଗ୍ରାମରେ ବସବାସ କରୁଥିବା ବର ମହେନ୍ଦ୍ର ସିଂହ (୨୩)ଙ୍କ କହିବାନୁସାରେ, ସେ ନିଜ ବିବାହକୁ ନେଇ ବହୁତ ଖୁସି ଥିଲେ। ଥାର ଏକ୍ସପ୍ରେସ୍‌ରେ ଶନିବାର ବରଯାତ୍ରୀ ନେଇ ଉମରକୋଟର ସିନୋଇ ଗ୍ରାମରେ କନ୍ୟା ଘରେ ପହଞ୍ଚିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଥିଲେ। ମାର୍ଚ୍ଚ ୮ରେ ବରଯାତ୍ରୀ ଧରି ସେ ପାକିସ୍ତାନ ଯାଇଥାଆନ୍ତେ। କିନ୍ତୁ ଦୁଇଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଦେଖି ବିବାହକୁ ସ୍ଥଗିତ ରଖିବାକୁ ପଡ଼ିଛି।

publive-image

ଏବେ ବି ଜେସ୍‌ଲମେର ଓ ବାଡମେର ଜିଲ୍ଲାରେ ସୀମାରେ ରହୁଥିବା ଲୋକଙ୍କ ସମ୍ପର୍କୀୟ ପାକିସ୍ତାନର ଉମରକୋଟରେ ବସବାସ କରୁଛନ୍ତି। ପାକିସ୍ତାନରେ ବସବାସ କରୁଥିବା ଅଧିକାଂଶ ହିନ୍ଦୁ ପରିବାର ନିଜ କନ୍ୟାଙ୍କ ବିବାହ ଭାରତରେ ହିଁ କରାଇ ଥାଆନ୍ତି।

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି, ଥାର ଏକ୍ସପ୍ରେସ୍‌ରେ ପାକିସ୍ତାନ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ଶୁକ୍ରବାର କେବଳ ୨୫୬ ଜଣ ଯାତ୍ରୀ ଏହି ଟ୍ରେନ୍‌ରେ ପାକିସ୍ତାନ ଯାଇଥିଲେ ଯେଉଁଥିରେ ୧୭୬ଜଣ ପାକିସ୍ତାନରେ ବସବାସ କରୁଥିବା ହିନ୍ଦୁ ଥିଲେ। ଶୁକ୍ରବାର ସକାଳେ ମାତ୍ର ୪୫ ଜଣ ପାକିସ୍ତାନ ଯିବାକୁ ନିଜର ଟିକେଟ କାଟିଥିଲେ।

publive-image

ଫେବ୍ରୁଆରି ୧୪ରେ ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଭାରତର ୪୦ଜଣ ଯବାନ ଘଟଣାସ୍ଥଳରେ ସହିଦ୍‌ ହୋଇଯାଇଥିଲେ। ଏହାପରେ ଭାରତୀୟ ବାୟୁସେନାର ମିରାଜ-୨୦୦୦ ଆକାଶୀ ମାର୍ଗରୁ ଆକ୍ରମଣ କରି ୪୦ଜଣ ଯବାନଙ୍କ ବଳିଦାନର ଜବାବ ଦେଇଥିଲେ। ସର୍ଜିକାଲ ଷ୍ଟ୍ରାଇକ୍‌ କରି ପାକିସ୍ତାନର ଜୈସ୍‌-ଇ-ମହମ୍ମଦର ୩୦୦ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଏହି ଘଟଣା ପରେ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଭାରତ-ପାକ୍‌ ସୀମାରେ ବାରମ୍ବାର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରାଯାଉଥିବା ଦେଖାଯାଇଛି। ଦୁଇ ଦେଶ ମଧ୍ୟ ଗୁଳି ବିନିମୟ ଚାଲିଥିବାବେଳେ ଏହାର ପ୍ରଭାବ ନିୟନ୍ତ୍ରଣ ରେଖା ପାଖରେ ରହୁଥିବା ଲୋକମାନଙ୍କ ଉପରେ ପଡୁଥିବା ଦେଖା ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe