ନବଜାତ ଶିଶୁ ସହିତ ନର୍ସ କଲା ଏପରି କାମ, ବିଗ ବି କହିଲେ ...ବାସ୍‌ ହୋଇଗଲା

Advertisment
ନବଜାତ ଶିଶୁ ସହିତ ନର୍ସ କଲା ଏପରି କାମ, ବିଗ ବି କହିଲେ ...ବାସ୍‌ ହୋଇଗଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭିନ୍ନଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳିଛି। ଟୁଇଟରରେ ଏଭଳି ଏକ ଭିଡିଓ ଆସିଛି ଯେଉଁଥିରେ ଚୀନର ମହିଳା ନର୍ସ ନବଜାତ ଶିଶୁକୁ କସରତ କରାଉ ଥିବାର ଦେଖିବାକୁ ମିଳୁଛି। ନର୍ସ ଶିଶୁଟି ହାତ ଓ ଗୋଡାକୁ ଧରି ପବନରେ ଝୁଲାଉଛନ୍ତି। ଶିଶୁମାନଙ୍କ ମାଂସପେଶୀ ମଜବୁତ କରିବା ପାଇଁ ଚୀନର ନର୍ସମାନେ ସର୍ବଦା ଏପରି କରିଥାଆନ୍ତି। କିନ୍ତୁ ଆମ ଦେଶରେ ଏଭଳି ଦୃଶ୍ୟ ଦେଖିବା ଆଶ୍ଚଯ୍ୟଜନକ ଘଟଣା ଭଳି ହୋଇଥାଏ। ଭିଡିଓକୁ ସୋସିଆଲ ମିଡିଆରେ ଅନେକ ଲୋକ ଲାଇକ୍‌ କରିବା ସହିତ ସେୟାର ମଧ୍ୟ କରିଛନ୍ତି।

publive-image

ଟୁଇଟରରେ ଜଫର ଶେଖ ନାମକ ଜଣେ ବ୍ୟକ୍ତି ଏହି ଭିଡିଓ ଅପଲୋଡ କରିଥିଲେ, ଏଥିରେ ସବୁଠାରୁ ବିଶେଷ କଥାଟି ହେଉଛି ସେ ଅମିତାଭ ବଚ୍ଚନଙ୍କୁ ଟେଗ କରିଥିଲେ।

ବିଲଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କୁ ଜଫର ଟେଗ୍‌ କରି ଲେଖିଥିଲେ, ଏହି ଭିଡିଓ ଦେଖି ଜଣାପଡ଼ୁଛି ଚୀନ ସବୁବେଳେ ସେଥିପାଇଁ ଅଲମ୍ପିକ ଓ ଅନ୍ୟ ଖେଳରେ ମେଡେଲ ହାସଲ କରିଥାଏ। ଏଠାରେ ତ ଶିଶୁ ଜନ୍ମ ହେବା କ୍ଷଣି ପ୍ରଶିକ୍ଷଣ ଆରମ୍ଭ ହୋଇଯାଉଛି। ଏହି ମଜାଦାର ଭିଡିଓକୁ ଦେଖିବା ପରେ ବିଗ ବି ଏହାର ଉତ୍ତର ମଧ୍ୟ ଦେଇଥିଲେ।
ସେ ଏହି ଭିଡିଓର ଉତ୍ତର ଦେଇ ଲେଖିଛନ୍ତି, ......ବାସ ହୋଇଗଲା।

publive-image

ଲୋକମାନେ ବି ଏହି ଭିଡିଓକୁ ଦେଖି ଖୁବ୍‌ ମଜାଳିଆ କମେଣ୍ଟ ଦେଇଛନ୍ତି। ଆଉ କେତେକ ଲୋକ ଲେଖିଛନ୍ତି ଏହା ଦେଖିବାକୁ ଯେତିକି ମଜା ଲାଗୁଛି ସେତିକି ଡର ମଧ୍ୟ ଲାଗୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe