ଦିନକୁ ୧୮ରୁ ୨୦ପଟ ରୁଟି ଖାଉଥିବା ବେଳେ ଗତ ୧୮ ମାସ ହେବ ମଳତ୍ୟାଗ କରି ନାହାନ୍ତି ଏହି ବାଳକ

Advertisment
ଦିନକୁ ୧୮ରୁ ୨୦ପଟ ରୁଟି ଖାଉଥିବା ବେଳେ ଗତ ୧୮ ମାସ ହେବ ମଳତ୍ୟାଗ କରି ନାହାନ୍ତି ଏହି ବାଳକ

.aajtak.in

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷର ବାଳକ ଗତ ୧୮ ମାସ ହେବ ମଳତ୍ୟାଗ କରି ନାହାଁନ୍ତି । ଏପରିକି ସେ ପ୍ରତିଦିନ ୧୮ ରୁ ୨୦ ପଟ ରୁଟି ଖାଉଥିବା ବି ଜଣାପଡ଼ିଛି। ଏତେ ଦିନ ଧରି ମଳତ୍ୟାଗ କରି ନଥିବା ସ‌ତ୍ତ୍ବେ ବାଳକଙ୍କୁ କିଛି ଅସୁବିଧା ହେଉ ନାହିଁ। ପରିବାରଲୋକ କିନ୍ତୁ ପୁଅକୁ ଏକ ବଡ଼ ରୋଗ ହୋଇଥିବା ଆଶଙ୍କା କରି ଭୟଭୀତ ହୋଇପଡ଼ିଛନ୍ତି।

ଏକ ଗରିବ ପରିବାରରେ ବସବାସ କରୁଥିବା ମନୋଜ ଚାନ୍ଦିଲଙ୍କ ୧୬ ବର୍ଷର ପୁଅ ଆଶିଷ ଚାନ୍ଦିଲ ଗତ ୧୮ମାସ ପାଖାପାଖି ହେବ ମାଳତ୍ୟାଗ କରି ନାହାଁନ୍ତି। ପୁଅର ଏଭଳି ଅବସ୍ଥା ଜାଣିବା ପରେ ଆଶିଷଙ୍କ ପରିବାରବର୍ଗ ଓ ସମ୍ପର୍କୀୟମାନେ ମୁରେନା-ଭିଣ୍ଡ ଗ୍ୱାଲିୟର ଡାକ୍ତରଙ୍କ ପାଖକୁ ଯାଇଥିଲେ। ସେଠାରେ ଡାକ୍ତର ଆଶିଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। କିନ୍ତୁ ଆଶିଷଙ୍କ ଏପରି ଅସୁବିଧା କାହିଁକି ହେଉଛି ତାହା ଡାକ୍ତର ସ୍ପଷ୍ଟ ଭାବେ ଜାଣି ପାରି ନଥିଲେ।

18 महीने से शौच करने नहीं गया लड़का, रोज खा जाता है 18 से 20 रोटी

ଆଶିଷ  ପ୍ରତିଦିନ ୧୮ରୁ ୨୦ ଖଣ୍ଡ ରୁଟି ସହିତ ଭଜା ଓ ତରକାରୀ ଖାଉଥିବା ବେଳେ ମଳତ୍ୟାଗ ହେଉ ନଥିବା ସତ୍ତ୍ବେ ତାଙ୍କୁ କୌଣସି ପ୍ରକାର ଅସୁବିଧା ହେଉନାହିଁ। ଆଶିଷଙ୍କ ଏଭଳି ଅସୁବିଧା କାହିଁକି ହେଉଛି ତାହା ଜାଣିବା ପାଇଁ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିବା ବେଳେ କିଛି ବି ଜଣାପଡ଼ି ନଥିବା ଡାକ୍ତରଙ୍କ ସୂତରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe