ପରୀକ୍ଷାରେ ଫେଲ ହେବା ପରେ କାଗଜରେ ଏଭଳି କଥା ଲେଖି ପିଠିରେ ଲଗାଇ ବୁଲୁଛନ୍ତି ଛାତ୍ର

ପରୀକ୍ଷାରେ ଫେଲ ହେବା ପରେ କାଗଜରେ ଏଭଳି କଥା ଲେଖି ପିଠିରେ ଲଗାଇ ବୁଲୁଛନ୍ତି ଛାତ୍ର

ନୂଆଦିଲ୍ଲୀ: ସ୍କୁଲର ବାର୍ଷିକ ପରୀକ୍ଷା ଶେଷ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ବି ବାହାରି ଯାଇଛି। ଯେଉଁ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ ଖୁସି ଥିବା ବେଳେ କିଛି ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରି ନଥିବାରୁ ଫେଲ ବି ହୋଇଯାଇଛନ୍ତି।
ଯେଉଁପିଲାମାନେ ପରୀକ୍ଷାରେ ଫେଲ ହୋଇଯାଇଛନ୍ତି ତାଙ୍କୁ ସେମାନଙ୍କ ଘରଲୋକଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି। ଯେମିତି କି ପାଠ କାହିଁକି ପଢ଼ୁ ନଥିଲୁ, ପରୀକ୍ଷାଫଳ କାହିଁକି ଖରାପ ହେଲା ଇତ୍ୟାଦି ଇତ୍ୟାଦି…

ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିର ଜଣେ ବାଳକ ଏକ ଖାଦ୍ୟ ଷ୍ଟଲରେ ଛିଡା ହୋଇ ଖାଉଥିବା ଦେଖିବାକୁ ମିଳୁଛି। ଆଉ ତାଙ୍କ ପିଠିରେ ଏକ କାଗଜ ମାରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ମୁଁ ପରୀକ୍ଷାରେ ଫେଲ ହୋଇଯାଇଛି। ବାରମ୍ବାର ମୋତେ ଏ ପ୍ରଶ୍ନ ପଚାରି ବରକ୍ତ କର ନାହିଁ। ନିଆଁରେ ଲୁଣ କାହିଁକି ପକାଉଛ।’

ବାଳକଙ୍କ ଏଭଳି କାମକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏଥିସହିତ ଯୁବକଙ୍କ ଏଭଳି କାମକୁ ଦେଖିବାକୁ ମଜା ଲାଗୁଥିବା ବି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe