ଶିଶୁର ପେଟ ଅସ୍ତ୍ରୋପଚାର କରି ଡାକ୍ତର ବାହାର କଲେ ୧୨୩ଟି ଚୁମ୍ବକ ବଲ୍

Advertisment
 ଶିଶୁର ପେଟ ଅସ୍ତ୍ରୋପଚାର କରି ଡାକ୍ତର ବାହାର କଲେ ୧୨୩ଟି ଚୁମ୍ବକ ବଲ୍

Daily Mail

ନୂଆଦିଲ୍ଲୀ: ଚୀନର ଜନୈକ ଡାକ୍ତର ୫ବର୍ଷର ଏକ  ଶିଶୁର ପେଟ ଅସ୍ତ୍ରୋପଚାର କରି ୧୨୩ଟି ଚୁମ୍ବକ ବଲ ବାହାର କରିଥିବା ଜଣାପଡ଼ିଛି। ଚାରି ଘଣ୍ଟାର ଅସ୍ତ୍ରୋପଚାର ପରେ ଡାକ୍ତରମାନେ ଶିଶୁ ପେଟରୁ ଏହି ଚୁମ୍ବକ ବଲକୁ ବାହାର କରିଥିଲେ।

ତେବେ ଘରେ ବାପା ଓ ମା’ ନ ଥିବା ବେଳେ ଶିଶୁଟି ଟିଭି ଦେଖୁ ଦେଖୁ ଏହି ଚୁମ୍ବକ ବଲକୁ ଖାଇ ଦେଇଥିଲା। ପାଖରେ ଶିଶୁର ୧୨ବର୍ଷର ଭଉଣୀ ବି ଥିଲା କିନ୍ତୁ ସେ ଭାଇର ଏଭଳି କାମ ସମ୍ପର୍କରେ ଜାଣି ପାରି ନଥିଲେ।  ବାପା ଓ ମା’ ଘରେ ପହଞ୍ଚିବା ପରେ ଶିଶୁ ପେଟରେ ଯନ୍ତ୍ରଣା ହେଉଥିବା  ଜାଣିବା ପରେ ସଙ୍ଗେସଙ୍ଗେ ହସ୍ପିଟାଲ ନେଇ ଯାଇଥି‌ଲେ।

ସେଠାରେ ଡାକ୍ତର ଶିଶୁର ପେଟ ପରୀକ୍ଷା କରାଇଥିଲେ। ଏହି ପରୀକ୍ଷା ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଡାକ୍ତର ଶିଶୁ ପେଟରେ କିଛି ଚୁମ୍ବକ ବଲ ଥିବା ଦେଖିବାକୁ ପାଇଥିଲେ। ‌ଅସ୍ତ୍ରୋପଚାର ପରେ ଶିଶୁ ପେଟରୁ ଡାକ୍ତର ୧୨୩ଟି ଚୁମ୍ବକ ବଲ ବାହାର କରିଥିଲେ। ଅସ୍ତ୍ରୋପଚାର ପରେ ଶିଶୁଟି ଏବେ ସୁସ୍ଥ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe