ଅଧାରୁ ପାଠ ଛାଡ଼ିଥିବା ୧୨ବର୍ଷର ଶକ୍ତି ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ମନୋନୀତ

Advertisment
ଅଧାରୁ ପାଠ ଛାଡ଼ିଥିବା ୧୨ବର୍ଷର ଶକ୍ତି ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ମନୋନୀତ

ଚେନ୍ନାଇ: ଦୃଢ ଇଚ୍ଛାଶକ୍ତି ଥିଲେ ସମସ୍ତ କାର୍ଯ୍ୟକୁ ସମ୍ଭବ କରି ହୋଇଥାଏ। ଆଉ ଏହାର ନିଚ୍ଛକ ଉଦାହରଣ ପାଲଟିଛି ତାମିଲନାଡୁର ୧୨ ବର୍ଷର ଶକ୍ତି । ବୟସରେ ସିନା ସାନ କିନ୍ତୁ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ତାଙ୍କ ପାଇଁ ଅନ୍ୟ ୨୫ କୁନି ପିଲାଙ୍କ ମୁହଁରେ ହସ ଫୁଟି ପାରିଛି । ନିଜ ଅଞ୍ଚଳର ପ୍ରାୟ ୨୫ ପରିବାରର ପିଲାଙ୍କ ସ୍କୁଲ ଯିବା ପଛରେ ଶକ୍ତିଙ୍କ ଅବଦାନ ଅତୁଳନୀୟ ।

publive-image

ଯେଉଁ ଅଞ୍ଚଳରେ ଶିକ୍ଷାରମାନ କେହି ବୁଝି ନଥାନ୍ତି ସେହି ଅଞ୍ଚଳରୁ ଶକ୍ତି ୨୫ ପରିବାରର ପିଲାଙ୍କୁ ପାଠ ପଢିବା ବାଟ କଢାଇ ନେଇଥିଲେ । ଆଉ ଏଥିପାଇଁ ଶକ୍ତି ଅତି କମ୍‌ ବୟସରୁ ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ଚଳିତବର୍ଷ ମନୋନୀତ ହୋଇ ଭାରତ ପାଇଁ ଗର୍ବ ଆଣିଛନ୍ତି। ସବୁଠାରୁ ବଡ କଥା ହେଲା ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ୧୬୯ଜଣଙ୍କ ମଧ୍ୟରୁ ଶକ୍ତି ସବୁଠାରୁ ଛୋଟ । ଏହାପୂର୍ବରୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓମ ପ୍ରକାଶ ଗୁରଜାର ଓ ମଲାଲାଙ୍କୁ ନୋବେଲ ଶିଶୁ ଶାନ୍ତି ପୁରସ୍କାର ମିଳିଥିଲା।

ତେବେ ଆସନ୍ତୁ ଜାଣିବା ଶକ୍ତିଙ୍କ ସଂର୍ଘଷମୟ ଜୀବନ କାହାଣୀ ସମ୍ପର୍କରେ...

ତାମିଲନାଡୁର ତିରୁଭାନାମଲାଇ ଅଞ୍ଚଳର ୧୨ ବର୍ଷିଅ ଶକ୍ତିଙ୍କୁ ଗୋଟିଏ ସମୟରେ ସ୍କୁଲରୁ ବାହାର କରି ଦିଆଯାଇଥିଲା, କିନ୍ତୁ ଆଜି ସେ ଅନ୍ତର୍ଜାତୀୟ ନୋବେଲ ଶିଶୁ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଶିଶୁ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସ୍କୁଲ ସମୟରୁ ହିଁ ଶକ୍ତି ସଂର୍ଘଷ ସହ ଲଢି ଆସିଛନ୍ତି । ଛୋଟ ଜାତିର ହୋଇଥିବାରୁ ତାଙ୍କ ପ୍ରତି ସ୍କୁଲର ଶିକ୍ଷକ ଓ ସହପାଠୀମାନେ ଭେଦଭାବ କରୁଥିଲେ । ତେଣୁ ସେ ସ୍କୁଲ ଛାଡି ଦେଇଥିଲେ ଏବଂ ଆଉ ପାଠ ନପଢିବାକୁ ନିଷ୍ପତି ନେଇଥିଲେ । ଏହି ଘଟଣା ପରେ ସେ ମୋତି ମାଳି ବିକ୍ରି କରିବା ଆରମ୍ଭ କରିଥିଲେ ।

publive-image

ଶକ୍ତି ଭଳି ଅଧାରୁ ପାଠ ଛାଡି ଥିବା ପିଲାଙ୍କ ଉପରେ ହ୍ୟାଣ୍ଡ-ଟୁ-ହ୍ୟାଣ୍ଡ ଏନଜିଓ ସଂସ୍ଥାର ନଜର ପଡିଥିଲା। ଏହି ସଂସ୍ଥା ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପୁଣିଥରେ ଏମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲ। ଏଥିପାଇଁ ଏନଜିଓଙ୍କୁ ପ୍ରଥମେ ପରିବାର ଲୋକଙ୍କ ଅନୁମତି ଆଣିବାକୁ ପଡୁଥିଲା । ତେବେ ଅଧାରୁ ପାଠ ଛାଡିଥିବା ଶକ୍ତିଙ୍କ ପରିବାର ଏନଜିଓ ସଂସ୍ଥା କଥାରେ ରାଜି ହୋଇଯାଇଥିଲେ । ଶକ୍ତିଙ୍କ ଭବିଷ୍ୟତ ଏନଜିଓ ସଂସ୍ଥା ଉପରେ ଛାଡି ଦେଇଥିଲେ ପରିବାର ଲୋକ ।

ଏଇଠୁ ହିଁ ଆରମ୍ଭ ହୋଇଥିଲା ଶକ୍ତିଙ୍କର ନୂଆ ଜୀବନ । ଏନଜିଓ ସଂସ୍ଥାର ଟ୍ରେନିଂ ସେଣ୍ଟରରେ ରହି ପୁଣିଥରେ ପାଠ ପଢା ଆରମ୍ଭ କରିଥିଲେ ଶକ୍ତି । କିଛିଦିନ ଟ୍ରେନିଂ ସେଣ୍ଟରରେ ପାଠ ପଢିବା ପରେ ଏନଜିଓ ସଂସ୍ଥାର ଅଫିସ ପୁଙ୍ଗାଭନମକୁ ସ୍ଥାନାନ୍ତର ହୋଇଥିଲା ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe