ସର୍ବସାଧାରଣ ସ୍ଥାନରେ ପ୍ରେମିକ କୋଳରେ ବସି ଓଠକୁ ଚୁମ୍ବନ ଦେଲେ ପ୍ରେମିକା, ଭିଡିଓ ଭାଇରାଲ୍‌

Advertisment
ସର୍ବସାଧାରଣ ସ୍ଥାନରେ ପ୍ରେମିକ କୋଳରେ ବସି ଓଠକୁ ଚୁମ୍ବନ ଦେଲେ ପ୍ରେମିକା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ୍‌ ମିଡିଆରେ ଛୋଟରୁ ଅତି ଛୋଟ କଥା ଭାଇରାଲ୍‌ ହେବାରେ ଲାଗିଛି। ଲୋକଙ୍କ ଜୀବନରେ ଯାହା ବି ସବୁ ଘଟୁଛି ସେ ସବୁର ଭିଡିଓ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଯାଉଛି। ନିକଟରେ ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ ଭିତରର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ପ୍ରେମୀଯୁଗଳ ପରସ୍ପରଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ମେଟ୍ରୋରେ ଯୁବକ ଜଣକ ବସିଥିବା ବେଳେ ତାଙ୍କ ପ୍ରେମିକା ତାଙ୍କ କୋଳରେ ବସିଛନ୍ତି। ତେବେ ସେ ଦୁହେଁ ପ୍ରଥମେ ପରସ୍ପରଙ୍କର ନିକଟତର ହେଉଛନ୍ତି। ତାପରେ ବିନା କୌଣସି ସଂକୋଚରେ ଉଭୟ ଉଭୟଙ୍କୁ ଲିପ୍‌-ଲକ୍‌ କିସ୍‌ କରୁଥିବାର ନଜର ଆସିଛନ୍ତି।

ତେବେ ଏହି ଭିଡିଓଟିକୁ ପ୍ରେମୀଯୁଗଳଙ୍କ ସାମ୍ନାରେ ବସିଥିବା ସେହି ଟ୍ରେନ୍‌ ମଧ୍ୟରେ କେହି ଜଣେ ରେକର୍ଡ କରିଛନ୍ତି ବୋଲି ଜଣାପଡୁଛି। ତେବେ ଏହି ଭିଡିଓକୁ ଟ୍ବିଟର୍‌ରେ ସେୟାର କରି ଜଣେ ବ୍ୟବହାରକାରୀ ଡିସିପି ଦିଲ୍ଲୀ ମେଟ୍ରୋକୁ ଟ୍ୟାଗ୍‌ କରି ଲେଖିଛନ୍ତି, ‘କ’ଣ ଆପଣ ଦେଖି ପାରୁଛନ୍ତି’? ଭିଡିଓ ଦେଖିଲେ ଜଣାପଡୁଛି ଯେ ଯୁବତୀ ଜଣକ ନିଶାରେ ଥିବା ବେଳେ ଯୁବକ ଜଣକ ଖୁବ୍ ଶାନ୍ତ ସ୍ବଭାବର।

ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଖୁବ୍ ମଜାଦାର କମେଣ୍ଟ୍‌ ସବୁ ବି ଦେଖିବାକୁ ମିଳିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଜ‌େଣେ କରୋନା ଆକ୍ରାନ୍ତଙ୍କୁ ନିଶ୍ବାସ ଦେଇ ଅନ୍ୟ ଜଣେ ଜୀବନ ବଞ୍ଚାଉଛନ୍ତି’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe