କୁମ୍ଭମେଳାରେ କାମ ଦେଲା ପ୍ରେମିକାଙ୍କ ଆଇଡିଆ; ୪ଦିନରେ ଯୁବକ ରୋଜଗାର କରିଛନ୍ତି ୪୦ହଜାର ଟଙ୍କା

କୁମ୍ଭମେଳାରେ ନିମ୍ବକାଠି ବିକ୍ରି କରି ୪ଦିନରେ ୪୦ହଜାର ରୋଜଗାର କରିଥିବା ଯୁବକ ପ୍ରତିକ୍ରିୟା ଦେଇ କହିଛନ୍ତି, ‘’ ମୋର ପ୍ରେମିକା କୁମ୍ଭମେଳା ଆରମ୍ଭ ହେବା ପୂର୍ବରୁ ନମ୍ବକାଠିରେ ଦାନ୍ତକାଠି ବିକ୍ରି କରିବାର ଆଇଡିଆ ଦେଇଥିଲା।

adf

ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭମେଳାରେ ଭକ୍ତମାନଙ୍କର ଏତେ ଭିଡ଼ ଜମିଛି ଯେ ସେଠାରେ ବ୍ୟବସାୟ କରୁଥିବା ଛୋଟ ବଡ଼ ବ୍ୟବସାୟୀମାନେ  ପ୍ରଚୁର ଟଙ୍କା ରୋଜଗାର କରୁଛନ୍ତି। 

ସେ ଚା, ଚାଟ୍ ଏବଂ ପକୋଡ଼ା ବିକ୍ରେତାମାନେ ହୁଅନ୍ତୁ ନା କାହିଁକି ଭଲ ଦୁଇଟଙ୍କା ରୋଜଗାର କରି ପାରୁଛନ୍ତି। ଏହି କୁମ୍ଭମେଳାରୁ ଜଣେ ଦାନ୍ତକାଠି ବିକ୍ରେତାଙ୍କ ଭିଡିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହୁଛନ୍ତି, ‘କୁମ୍ଭମେଳାରେ ମୁଁ ୪ଦିନରେ ଦାନ୍ତକାଠି ବିକ୍ରି କରି ୪୦ହଜାର ଟଙ୍କା ରୋଜଗାର କରି ପାରିଛି।

ଅଧିକପଢ଼ନ୍ତୁ:କଂଗ୍ରେସକୁ ଭୋଟ ଦେଲେ ବିଜେପିକୁ ଫାଇଦା : କେଜ୍ରିଓ୍ବାଲ

ଏହି ଦାନ୍ତକାଠି ନିମ୍ବ କାଠିର ରହିଛି। ଯେତେ ବୁଲିବୁଲି ବିକ୍ରି କରୁଛି ମୋର ସେତିକି ଅଧିକ ଦାନ୍ତକାଠି ବିକ୍ରି  ହେଉଛି। ଦିନେ ଦିନେ ଗୋଟିଏ ଦିନ ଭିତରେ ମୁଁ ୫ରୁ  ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛି।’

ଅଧିକପଢ଼ନ୍ତୁ:କେଜ୍ରିୱାଲଙ୍କ ଘର ଆଗରେ ଅଳିଆ ଫିଙ୍ଗୁଥିବା ବେ‌ଳେ ସ୍ବାତୀଙ୍କୁ ଉଠାଇନେଲା ପୁଲିସ

ଆପଣ ଏହି ଆଇଡିଆ କେଉଁଠୁ ପାଇଲେ ବୋଲି ଦାନ୍ତକାଠି ବିକ୍ରେତାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ‘ମୋର ପ୍ରେମିକା କୁମ୍ଭମେଳା ଆରମ୍ଭ ହେବା ପୂର୍ବରୁ ଏହି ଆଇଡିଆ ଦେଇଥିଲା। ଆଉ କହିଥିଲା ନିମ୍ବକାଠି ସଂଗ୍ରହ କରି କୁମ୍ଭମେଳାରେ ଦାନ୍ତକାଠି ବିକ୍ରି କର।  ଏଥିପାଇଁ କିଛି ଟଙ୍କା ନିବେଶ କରିବାକୁ ପଡ଼ିବନି କିନ୍ତୁ ରୋଜଗାର ହୋଇପାରିବ। ମୋର ପ୍ରେମିକାଙ୍କ ଏହି ଆଇଡିଆ କୁମ୍ଭମେଳାରେ କାମ ଦେଇଛି।’ 

ଇନଷ୍ଟାଗ୍ରାମ ବ୍ୟବହାରକାରୀ ଆଦର୍ଶ ତିୱାରୀଙ୍କ ଦ୍ବାରା  ପୋଷ୍ଟ ହୋଇଥିବା  କୁମ୍ଭମେଳାରେ ଦାନ୍ତକାଠି ବିକ୍ରି କରୁଥିବା ବିକ୍ରେତାଙ୍କ ଭିଡିଓକୁ ଏଯାବତ ୪୭ଲକ୍ଷ ଲୋକ ଦେଖି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe