ଟ୍ୟୁସନ ପାଇଁ ପ୍ରତିଦିନ ସାଇକେଲ ଧରି ମେଟ୍ରୋରେ ଯାତ୍ରା କରନ୍ତି ଏହି ବାଳକ

ଟ୍ୟୁସନ ପାଇଁ ପ୍ରତିଦିନ ସାଇକେଲ ଧରି ମେଟ୍ରୋରେ ଯାତ୍ରା କରନ୍ତି ଏହି ବାଳକ

ମୁମ୍ବାଇ: ନିକଟରେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଆର ଏ ରାଜୀବ ଜଣେ ଛୋଟ ପିଲାର ଫଟୋ ଟୁଇଟ କରିଛନ୍ତି। ଏହି ଟୁଇଟରେ ବାଳକ ଜଣକ ତାଙ୍କ ସାଇକେଲ ଧରି ମୁଣ୍ଡରେ ହେଲମେଟ ପିନ୍ଧି ମେଟ୍ରୋ ସିଟରେ ବସିଥିବା ଦେଖିବାକୁ ମିଳୁଛି। ଏହି ଫଟୋ ‌‌ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଫ‌ଟୋକୁ ପୋଷ୍ଟ କରି କୁହାଯାଇଛି କି, ଉକ୍ତ ବାଳକ ଜଣକ ପ୍ରତିଦିନ ମୁମ୍ବାଇ ମେଟ୍ରୋରେ ଟ୍ୟୁସନ ହେବା ପାଇଁ ଯାତ୍ରା କରି ଥାଆନ୍ତି। ମେଟ୍ରୋରୁ ଓହ୍ଲାଇ ନିଜର ସାଇକେଲ ଧରି ଟ୍ୟୁସନ ହେଉଥିବା ସ୍ଥାନରେ ପହଞ୍ଚି ଥାଆନ୍ତି। ଠିକ ସେହିପରି ଟ୍ୟୁସନ ସରିବା ପରେ ବାଳକ ଜଣକ ମେଟ୍ରୋରେ ସାଇକେଲ ରଖି ଯାତ୍ରା କରିଥାଆନ୍ତି। ମେଟ୍ରୋରୁ ଓହ୍ଲାଇବା ପରେ ସାଇକେଲ ଧରି ଘରକୁ ଫେରି ଥାଆନ୍ତି।

ବାଳକଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖବର ଲେଖାହେଲା ପର୍ଯ୍ୟନ୍ତ ଏହି ଭିଡିଓକୁ ୭୧ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଆଉ ବାଳକଙ୍କ ପରିବେଶ ପ୍ରଦୂଷଣ ପ୍ରତି ଏପରି ସଚେତନତା ଦେଖି ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।
କାରଣ ବଡ଼ବଡ଼ ସହରମାନଙ୍କ‌ରେ ପେଟ୍ରୋଲ, ଡିଜେଲ ବଞ୍ଚାଇବା ସହିତ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ମେଟ୍ରୋ ଓ ଲୋକାଲ ଟ୍ରେନରେ ଲୋକେ ଯାତାୟାତା କରିଥାଆନ୍ତି। ଏଭଳି କ୍ଷେତ୍ରରେ ବାଳକଙ୍କ ଏହି କାମ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe