ଆଇନ୍‌ଷ୍ଟାଇନ୍‌କୁ ପଛରେ ପକାଇ ଆଇକ୍ୟୁ ଟେଷ୍ଟରେ ବାଜି ମାରିଲା ୧୦ବର୍ଷର ବାଳକ

ଆଇନ୍‌ଷ୍ଟାଇନ୍‌କୁ ପଛରେ ପକାଇ ଆଇକ୍ୟୁ ଟେଷ୍ଟରେ ବାଜି ମାରିଲା ୧୦ବର୍ଷର ବାଳକ

ନୂଆଦିଲ୍ଲୀ: ପୁଣି ଥରେ ଭାରତୀୟ ମୂଳର ଜଣେ ପିଲା ବ୍ରିଟେନ୍‌ରେ ମେନ୍ସା ଆଇକ୍ୟୁ ଟେଷ୍ଟରେ ବାଜି ମାରି ନେଇଛି। ବ୍ରିଟେନ୍‌ରେ ଭାରତୀୟ ମୂଳର ଦଶ ବର୍ଷର ମେହୁଲ ଗର୍ଗ ମେନ୍ସା ଆଇକ୍ୟୁ ଟେଷ୍ଟରେ ସର୍ବାଧିକ ଅଙ୍କ ପ୍ରାପ୍ତ କରିଛି। ଦ୍ରୁତ ମସ୍ତିଷ୍କ ମାମଲାରେ ମେହୁଲ ଗର୍ଗ ଅଲବର୍ଟ ଆଇନ୍‌ଷ୍ଟାଇନ୍‌ ଓ ଷ୍ଟିଫେନ୍‌ ହଙ୍କିଙ୍ଗଙ୍କୁ ପଛରେ ପକାଇ ଦେଇଛି। ମେହୁଲ ଗର୍ଗଙ୍କୁ ତାଙ୍କ ଘର ଲୋକ ଶ୍ରଦ୍ଧାରେ ମାହି ବୋଲି ଡାକି ଥାଆନ୍ତି।

publive-image

ଦର୍ଶ ବର୍ଷିଅ ମେହୁଲ ଗର୍ଗ ନିଜର ୧୩ବର୍ଷର ବଡ଼ ଭାଇ ଧ୍ରୁବ ଗର୍ଗଙ୍କ ପଦାଙ୍କ ଅନୁସରଣ କରି ପ୍ରତିଯୋଗିତାରେ ଭାଗ ନେବାର ନିଷ୍ପତ୍ତି ନେଇଥିଲା। ଧ୍ରୁବ୍‌ ଗତବର୍ଷ ୧୬୨ଅଙ୍କ ସହିତ ସର୍ବାଧିକ ନମ୍ବର ସ୍କୋର କରିଥିଲା। ଚଳିତ ବର୍ଷ ମେହୁଲ ବି ଏହିତି ସ୍କୋର କରିଛି। ଭାଇଠାରୁ କମ୍‌ ନୁହେଁ ବୋଲି ସବୁବେଳେ  ଦେଖାଇ ଦେବାକୁ ଚାହେଁ ମେହୁଲ। ପ୍ରଥମେ ପ୍ରଥମେ ସେ ଟିକେ ଭୟଭୀତ ହୋଇ ପଡ଼ିଥିଲା ବାପାଙ୍କ ପ୍ରୋତ୍ସାହିତ କ୍ରମେ ପୁଣି ସେ ମନ ଦେଇ ପରୀକ୍ଷା ଦେଲା। ମେହୁଲର କ୍ରିକେଟ ଖେଳିବା ଓ ବରଫରେ ସ୍କେଟିଂ କରିବା ଓ ଅଙ୍କ କଷିବାରେ ଖୁବ୍‌ ରୁଚି ରହିଛି ବୋଲି ମେହୁଲଙ୍କ ମା’ ଦିବ୍ୟା କହନ୍ତି।

publive-image

ଏହାପୂର୍ବରୁ ୨୦୧୭ରେ ଅଗଷ୍ଟରେ ଭାରତୀୟ ମୂଳର ୧୨ବର୍ଷର ବାଳକ ରାହୁଲକୁ ବ୍ରିଟେନ୍‌ ଟେଲିଭିଜନ୍‌ରେ କ୍ୟୁଇଜ୍‌ ପ୍ରତିଯୋଗିତାରେ ‘ଚାଇଲ୍ଡ ଜିନିୟସ’ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ରାହୁଲ ନଅ ବର୍ଷୀୟ ରୋନନଙ୍କୁ ୧୦-୪ରେ ହରାଇ ବିଜୟ ଲାଭ କରିଥିଲେ। ମେନ୍ସାକୁ ଦୁନିଆର ସବୁଠାରୁ ଓ ପୁରାତନ ଉଚ୍ଚ ଆଇକ୍ୟୁ ସୋସାଇଟି କୁହାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe