୧୫୦୦ କିଲୋମିଟର ପାର୍‌ ହୋଇ ପ୍ରେମିକାଙ୍କୁ ଭେଟିବାକୁ ପହଞ୍ଚିଲେ ପ୍ରେମିକ, ମିଳିଲା ଧୋକା

୧୫୦୦ କିଲୋମିଟର ପାର୍‌ ହୋଇ ପ୍ରେମିକାଙ୍କୁ ଭେଟିବାକୁ ପହଞ୍ଚିଲେ ପ୍ରେମିକ, ମିଳିଲା ଧୋକା

www.aajtak.in

ନୂଆଦିଲ୍ଲୀ: ପ୍ରେମ ସଂସାରର ସବୁଠାରୁ ବଡ଼ ଅନୁଭବ, ପ୍ରେମ ଦୁନିଆର ସବୁଠାରୁ ଭଲ ଅନୁଭବ। ହେଲେ ବେଳେ ବେଳେ ଏହି ପ୍ରେମ ପାଲଟିଯାଏ ଅସରନ୍ତି ଦୁଃଖର କାରଣ। ଜଣେ ଯୁବକ ଯୁବତୀଙ୍କ ପ୍ରେମରେ ପାଗଳ ହୋଇ ରାତିରେ ଫୋନ୍‌ରେ କଥା ହେବା ପରେ ସକାଳୁ ତାଙ୍କୁ ଦେଖା କରିବା ପାଇଁ ୧୫୦୦ କିଲୋମିଟର୍‌ ଯାତ୍ରା କରିଥିଲେ। ମାତ୍ର ଯେଉଁ ଆନନ୍ଦ ଓ ଉତ୍ସାହ ନେଇ ସେ ନିଜ ପ୍ରେମିକାଙ୍କୁ ଭେଟିବାକୁ ପହଞ୍ଚିଥିଲେ ତାହା ନିମିଷକରେ କୁଆଡ଼େ ଉଭେଇ ଗଲା। କାରଣ ପ୍ରେମିକାଙ୍କ ନିକଟରୁ ପ୍ରେମ ବଦଳରେ ତାଙ୍କୁ ମିଳିଲା ପ୍ରତାରଣା।

ଦ ମିରର୍‌କୁ ସେ ତାଙ୍କର ସାକ୍ଷାତ୍‌କାର ଦେଇ କହିଛନ୍ତି କି ତାଙ୍କର ଜଣେ ଯୁବତୀଙ୍କ ସହ ଅନ୍‌ଲାଇନ୍‌ରୁ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ସେ ଦୁହେଁ ପରସ୍ପର ସହ ରୀତିମତ ଭାବେ କଥା ହେଉଥିଲେ। ପୂର୍ବରୁ ଅନେକ ଥର ସେ ଯୁବତୀଙ୍କୁ ଭେଟିବାର ଯୋଜନା କରି ମଧ୍ୟ ଭେଟି ପାରିନଥିଲେ। ଗୋଟାଏ ରାତିରେ ଉଭୟ ପ୍ରେମିକ ପ୍ରେମିକା କଥା ହୋଇ ପରସ୍ପରଙ୍କୁ ଭେଟିବାର ଯୋଜନା କଲେ। ଯୁବତୀ ଜଣକ ଯୁବକଙ୍କୁ ଭେଟିବାକୁ ହଁ କରିବା ପ‌ରେ ସେ ସ୍ପେନ୍‌ରୁ ବ୍ରିଟେନ୍‌ ପର୍ଯ୍ୟନ୍ତ ଯାତ୍ରା ଭରିଲେ। ଏହା ତାଙ୍କର ପ୍ରଥମ ସାକ୍ଷାତ୍‌ ଥିବାରୁ ମନରେ ଅନେକ ଉତ୍ସୁକତା ରହିଥିଲା। ମାତ୍ର ବିଟେନ୍‌ରେ ପହଞ୍ଚି ଯେ‌ତେ‌ବେଳେ ସେ ଯୁବତୀଙ୍କୁ ଫୋନ୍‌ କଲେ ଯୁବତୀ ‌ତାଙ୍କ ଫୋନ୍‌ ଉଠାଇଲେ ନାହିଁ। ପ୍ରତାରଣା ପାଇ ହତାସ ପ୍ରେମିକ ଜଣକ ପୁଣି ନିଜ ଘରକୁ ଫେରିଗଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe