ଠେଲାରେ ବସି ଷ୍ଟ୍ରିଟ ଲାଇଟରେ ପାଠ ପଢ଼ୁଥିବା ଛା‌ତ୍ର ହେବେ ଇଞ୍ଜିନିୟର

ଠେଲାରେ ବସି ଷ୍ଟ୍ରିଟ ଲାଇଟରେ ପାଠ ପଢ଼ୁଥିବା ଛା‌ତ୍ର ହେବେ ଇଞ୍ଜିନିୟର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଅଲ୍ଲାପୁରର ବାସିନ୍ଦା କରଣ ସୋନକର ସେହି ଛାତ୍ରମାନଙ୍କ ପାଇଁ ଏକ ଉଦାହରଣ ଅଟନ୍ତି ଯେଉଁମାନେ ଅସୁବିଧା ଥିବା କହି ପାଠପଢ଼ନ୍ତି ନାହିଁ। କରଣ ତାଙ୍କ ଆତ୍ମବିଶ୍ବାସ ବଳରେ ବଡ଼ ସଫଳତା ହାସଲ କରିଛନ୍ତି । ଦାରିଦ୍ର୍ୟ ତାଙ୍କ ସଫଳତାରେ ବାଧା ଦେଇ ନଥିଲା। ତାଙ୍କ ଘର ଭାଙ୍ଗିଯିବା ପରେ କରଣ ପନିପରିବା ଠେଲାରେ ବସି ଷ୍ଟ୍ରିଟ୍ ଲାଇଟ୍ ତଳେ ପାଠ ପଢ଼ୁଥିଲେ। ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ଦ୍ୱାଦଶ ପାସ୍ କରିବା ପରେ ସେ ବି.ଟେକରେ ଭର୍ତ୍ତି ହୋଇଛନ୍ତି। ।

କରଣ ତାଙ୍କ ପିତାମାତାଙ୍କ ସହ ଅଲୋପିବାଗରେ ଏକ ଚାଳ ଘରେ ରହୁଥିଲେ। କରଣଙ୍କ ବାାପା ରାମୁ ସୋନକର ଠେଲାରେ ପନିପରିବା ବିକ୍ରି କରୁଥିଲେ। କିନ୍ତୁ ନିଶା ସେବନ ହେତୁ ରୋଗଗ୍ରସ୍ତ ହୋଇ ବିଛଣାରେ ପଡ଼ି ରହିଲେ।

କରଣ କହିଛନ୍ତି ଯେ ୨୦୧୯ ରେ ରାସ୍ତା ପ୍ରଶସ୍ତ ହେବା ସମୟରେ ତାଙ୍କ ଘରକୁ ଭାଙ୍ଗି ଦିଆଯାଇଥିଲା। ଘର ଭାଙ୍ଗି ଯାଇଥିବା ବେଳେ ୧୦ମ ଶ୍ରେଣୀ ପରୀକ୍ଷାକୁ ଆଉ ଦୁଇମାସ ଥିଲା। ବାଧ୍ୟ ହୋଇ କରଣ ବାପା ବିକ୍ରି କରୁଥିବା ପରିବା ଠେଲାରେ ବସି ଷ୍ଟ୍ରିଟଲାଇଟରେ ପାଠ ପଢ଼ିଥିଲେ।

ଶିକ୍ଷକମାନେ କରଣଙ୍କ ପ୍ରତିଭା ଦେଖି ତାଙ୍କୁ ପାଠପଢ଼ିବାରେ ସାହାଯ୍ୟ କରିଥିଲେ। କରଣ ଆଇଆଇଟି ମେନ୍ସ ପରୀକ୍ଷା ସାମିଲ ହୋଇଥିଲେ ଏବଂ ପରେ ଆଇଇଆରଟି ବିଟେକ ଇଲେକ୍ଟ୍ରୋନିକ୍ସରେ ପ୍ରବେଶ କରିଛନ୍ତି। ଅନୁଷ୍ଠାନର ନିର୍ଦ୍ଦେଶକ ଅଭିଷେକ ଶୁକ୍ଲା ଚାନ୍ଦା କରି କରଣଙ୍କ ପାଇଁ ୬୫ହଜାର ଟଙ୍କା ଜମା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe