Photo Credit: Getty Images
ପାଉରି: ଉତ୍ତତାଖଣ୍ଡର ପାଉରି ଜିଲ୍ଲାସ୍ଥିିତ ଦେବକୁଣ୍ଡାଇ ତାଲି ଗ୍ରାମରେ ଜଣେ ସାହସୀ ଝିଅ ନିଜ ଭାଇକୁ କଲରାପତରିଆ ବାଘ ମୁହଁରୁ ବଞ୍ଚାଇ ଏବେ ଚର୍ଚ୍ଚା ପାଲଟିଛି। ନିଜର ସାନ ଭାଇକୁ ବାଘ ମୁହଁରେ ପଡ଼ିଥିବାର ଦେଖି ବାଘ ସହ ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଥିଲେ ୧୧ ବର୍ଷୀୟା ବାଳିକା। ବାଘ ସହ ଲଢ଼େଇ କରି ଭାଇକୁ ବଞ୍ଚାଇଥିବା ଏହି କୁୁନି ଝିଅ ନିଜେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି।
ଘଟଣାଟି ଅକ୍ଟୋବର ୪ ତାରିଖର। ଏହି ସାହସୀନି ଝିଅର ନାଁ ରାକ୍ଷୀ। ନିଜର ୪ ବର୍ଷର ଭାଇ ସହ ରାକ୍ଷୀ ଖେଳୁଥିବା ବେଳେ ଏକ କଲରାପତରିଆ ବାଘ ରାକ୍ଷୀର ଭାଇକୁ ଆକ୍ରମଣ କରିଥିଲା।
ରାକ୍ଷୀ ସ୍ଥାନରେ ଆଉ କିଏ ଥିଲେ ହୁଏତ ଅତି ନିକଟରୁ ବାଘଟିକୁ ଦେଖି ଦଉଡ଼ି ପଳାଇଥାନ୍ତା। ମାତ୍ର ସେ ନିଜ ଭାଇକୁ ବାଘ ମୁହଁରେ ଛାଡ଼ି ନିଜେ ପଳାଇ ଯାଇନଥିଲା। ବରଂ ବାଘ ସହ ଲଢ଼ି ଭାଇର ଜୀବନ ବଞ୍ଚାଇଛି। ବାଘ ସହ ଲଢ଼େଇ କରୁଥିବା ବେଳେ ରାକ୍ଷୀର ବେକରେ ଶକ୍ତ ଆଘାତ ଲାଗିଛି।
ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଧାଇଁ ଆସି ପାଟି ଚିଲାଇଥିଲେ ଓ ବାଘଟି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ରାକ୍ଷୀକୁ ସ୍ଥାନୀୟ ଲେକେ ତୁରନ୍ତ ହସ୍ପିଟାଲ୍ ନେଇ ଯାଇଛନ୍ତି। ସେ ଏବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଅଛି।
Follow Us