indiatimes.com
ମୁମ୍ବାଇ: ଜାନୁଆରି ୧୮ ତାରିଖରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ଯବାନଙ୍କୁ ଏବେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ମହାରାଷ୍ଟ୍ର ସିକ୍ୟୁରିଟି ଫୋର୍ସରେ କାମ କରୁଥିବା ବିବେକାନନ୍ଦ ଅନୀଲ ଯୋଗେଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଲାଇଫ୍ ସେଭିଙ୍ଗ୍ ଫାଉଣ୍ଡେସନ ପକ୍ଷରୁ ଏହି ଆୱାର୍ଡ ଦିଆଯାଇଥିବା ବେଳେ ଯୁଗ୍ମ ପୁଲିସ କମିସନର ରବିନ୍ଦ୍ର ଶିସବେ ତାଙ୍କୁ ଏହି ସମ୍ମାନ ଦେଇଛନ୍ତି।
ସୂଚନା ମୁତାବକ, ଜାନୁଆରି ୧୮ରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍-ୱେରେ ଶନିବାର ଅପରାହ୍ଣରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ଶବାନା ଆଜମୀ। ଶବାନାଙ୍କ କାର୍ ଏକ ଟ୍ରକ୍ ସହ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିଲା। ସେହି କାରରେ ଶବାନାଙ୍କ ସ୍ବାମୀ ଜାଭେଦ୍ ଅଖ୍ତର ବି ବସିଥିଲେ। ଦୁର୍ଘଟଣାରେ ଶବାନା ଏବଂ ତାଙ୍କ ଗାଡ଼ିର ଚାଳକ ଗୁରୁତର ଆହତ ହେବା ପରେ ଦୁହିଁଙ୍କୁ ନଭି ମୁମ୍ବାଇର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ଘଟିବା ସମୟରେ ବିବେକାନନ୍ଦ ଘଟଣାସ୍ଥଳରୁ ୧କିଲୋମିଟର ଦୂରରେ ଥିଲେ। ଖବର ପାଇଁ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁହିଁଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପ୍ରଥମେ ଶବାନାଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ଧିରେ ଧିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ଆରମ୍ଭ ହୋଇଥିଲା। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।
Follow Us