ମା’ର ଡ୍ରାଇଭିଂ ଲାଇସେନ୍ସ ପାଇଁ ପୁଅ ବନିଗଲା ‘ବହୁରୂପୀ’: ଜାଣନ୍ତୁ ପୂରା ଘଟଣା ଟି କ’ଣ

Advertisment
ମା’ର ଡ୍ରାଇଭିଂ ଲାଇସେନ୍ସ ପାଇଁ ପୁଅ ବନିଗଲା ‘ବହୁରୂପୀ’: ଜାଣନ୍ତୁ ପୂରା ଘଟଣା ଟି କ’ଣ

ନୂଆଦିଲ୍ଲୀ: ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ପାଇଁ ଗାଡି ଚଳାଇ ଦେଖେଇବାକୁ ହୋଇଥାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗାଡ଼ି ନଚଳାଇ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହାନ୍ତି। ଏପରି କ୍ଷେତ୍ରରେ ଜଣେ ପୁଅର କମାଲ ଦେଖିବାକୁ ମିଳିଛି। ସେ ତାଙ୍କ ମା’ଙ୍କ ପାଇଁ ଡ୍ରାଇଭିଂ ପରୀକ୍ଷା ଦେବାକୁ ପହଞ୍ଚି ଯାଇଥିଲେ। ଏଥିପାଇଁ ସେ ମା’ଙ୍କ ବେଶ ଧାରଣ କରିଥିଲେ। ତେବେ ପୁଅର ଏଭଳି କାମ ବିଷୟରେ ମା’ଙ୍କୁ କୌଣସି ଖବର ନଥିଲା। ଯଦି ତାଙ୍କୁ ଜଣା ଥାଆନ୍ତା ବୋଧ ହୁଏ ସେ ପୁଅକୁ ଏଭଳି ଭୁଲ କରିବାକୁ ଅଟକାଇ ପାରିଥାଆନ୍ତେ।

publive-image

ଏଭଳି ଏକ ଘଟଣା ବ୍ରାଜିଲର ପୋର୍ଟୋ ଭେଲହୋରେ ଘଟିଛି। ଏଠାରେ ବସବାସ କରୁଥିବା ୬୦ବର୍ଷୀୟ ମାରିଆ ସିଆଭେ ତିନିଥର ଡ୍ରାଇଭିଂ ପରୀକ୍ଷା ଦେଇସାରିଛନ୍ତି। କିନ୍ତୁ ସଫଳ ହୋଇ ପାରି ନଥିଲେ। ଏପରି କ୍ଷେତ୍ରରେ ୪୩ବର୍ଷୀୟ ପୁଅ ହେଇଟୋର ମା’ଙ୍କ ବେଶ ଧରି ଡ୍ରାଇଭିଂ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ। ମା’ ଯେଭଳି ଭାବେ ବ୍ଲାଉଜ, ସ୍କଟ ଓ ନେଲପଲିସ୍‌ ପିନ୍ଧନ୍ତି ସେଭଳି ଭାବେ ପୁଅ ସଜ ହୋଇଥିଲେ। କିନ୍ତୁ କଥା କହିବାର ଶୈଳୀ ଓ ସ୍ୱରରୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା।

publive-image

ହେଇଟୋରଙ୍କ ଅସ୍ୱଭାବିକ ବେଶ ସହିତ ହାବଭାବ ଦେଖି ରୋନଡୋନିଆ ଷ୍ଟେଟ ଟ୍ରାଫିକ୍‌ ଡିପାର୍ଟମଣ୍ଟେର ଏଗାଜାମିନର ଏଲିନ୍‌ ମେଣ୍ଡୋନକାଙ୍କ ସନ୍ଦେହ ହୋଇଥିଲା। ଏହାପରେ ସେ ହେଇଟୋରଙ୍କ ପରିଚୟ ପତ୍ର ମାଗିଥିଲେ। ଏହାପରେ ବାସ୍ତବ ଘଟଣା ସାମ୍ନାକୁ ଆସି ଯାଇଥିଲା। ପୁଲିସ ଠକେଇ ମାମଲାରେ ପୁଅ ହେଇଟୋରଙ୍କୁ ଗିରଫ କରି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe