ଏମିତି ଏକ ଗାଁ, ଯେଉଁଠି ବିବାହ ପାଇଁ ପୁରୁଷ ନ ମିଳିବାରୁ ଚାଷ କରନ୍ତି ମହିଳା

Advertisment
ଏମିତି ଏକ ଗାଁ, ଯେଉଁଠି ବିବାହ ପାଇଁ ପୁରୁଷ ନ ମିଳିବାରୁ ଚାଷ କରନ୍ତି ମହିଳା

rochakpost.com

ଭାରତରେ କନ୍ୟାଭୃଣ ହତ୍ୟା ପ୍ରାୟ ସର୍ବତ୍ର ଦେଖିବାକୁ ମିଳିଥାଏ। ଏହି ପରିପ୍ରେକ୍ଷୀରେ ଭାରତରେ କନ୍ୟାମାନଙ୍କୁ ବଞ୍ଚାଇବା ପାଇଁ ଅନେକ ପ୍ରୟାସ ଚାଲୁଥିବା ବେଳେ, ବିଶ୍ୱରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପୁରୁଷମାନଙ୍କର ଅଭାବ ଦେଖାଯାଇଥାଏ । ଏହିପରି ଏକ ଗ୍ରାମ ରହିଛି ବ୍ରାଜିଲ ଠାରେ । ଏହି ଗ୍ରାମରେ ପ୍ରାୟ ୫୦ ପ୍ରତିଶତ ମହିଳା ଆଜୀବନ କୁଆଁରୀ ରହିଥାନ୍ତି, ଯେଉଁମାନଙ୍କର ବୟସ ୧୮- ୩୦ ବର୍ଷ ହୋଇଥାଏ ।

publive-image rochakpost.com

ଏହା ମାନେ ନୁହେଁ କି ମହିଳା ମାନେ ବିବାହ କରିବା ପାଇଁ ଚାହନ୍ତି ନାହିଁ; ପ୍ରକୃତରେ ଏଠାରେ ମହିଳାମାନଙ୍କୁ ବିବାହ ପାଇଁ ପୁରୁଷ ମିଳି ନଥାନ୍ତି । କାରଣ ଏହି ଗ୍ରାମରେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କ ସଂଖ୍ୟା କମ ରହିଛି । ଏହି ଗ୍ରାମରେ ଲୋକସଂଖ୍ୟା ୬୦୦ ରହିଥିବା ବେଳେ ୩୦୦ ଜଣ ମହିଳାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ପାଇଁ ବରପାତ୍ର ମିଳୁନାହିଁ । ଦେଖିବାକୁ ଗଲେ ପ୍ରାୟ ୫୦ ପ୍ରତିଶତ ମହିଳା କୁଆଁରୀ ରହିଛନ୍ତି। ତେବେ ଏହାର ମଧ୍ୟ କାରଣ ରହିଛି। ପ୍ରକୃତରେ କଥା କଣ କି ଏଠାକାର ମହିଳାମାନେ ବିବାହ ପାଇଁ ସେମାନଙ୍କ ମନପସନ୍ଦ ମୁତାବକ ଏବଂ ସେମାନଙ୍କ କଥା ମାନି ଚଳିବା ଭଳି ପୁରୁଷ ଖୋଜିଥାନ୍ତି । ଏହି ଗ୍ରାମର ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ପୁରୁଷମାନେ ସହରରେ ନିଜର ଜୀବନଜାପନ କରୁଛନ୍ତି । ଏଣୁଏହି ଗ୍ରାମର ମହିଳା ଚାଷ କାମ କରି ନିଜର ଏବଂ ପରିବାରର ଭରଣ ପୋଷଣ କରିଥାନ୍ତି ।

publive-image rochakpost.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe