ମିଥାନଲ୍‌ ବିଷକ୍ରିୟାର ବ୍ୟବଚ୍ଛେଦ

Advertisment

ମଦ ଏକ ମୃଦୁ ବିଷ ବୋଲି ସମସ୍ତେ ଜାଣନ୍ତି। ମଦ୍ୟପାନର ଦୀର୍ଘକାଳୀନ କୁପ୍ରଭାବ ସ୍ବରୂପ ବ୍ୟାଧିରେ ପଡ଼ି ବହୁ ଲୋକ ଅଳ୍ପ ବୟସରେ ମୃତ୍ୟୁବରଣ କରୁଛନ୍ତି।  ତା’ ସତ୍ତ୍ବେ ପାର୍ଟି ହେଉ କି ଭୋଜିଭାତ, ନୂଆବର୍ଷ ପାଳନ ହେଉ କି ପିକ୍‌ନିକ୍‌, ସବୁଠି ମଦ ଆସର ଜମୁଛି।

ମଦ ଏକ ମୃଦୁ ବିଷ ବୋଲି ସମସ୍ତେ ଜାଣନ୍ତି। ମଦ୍ୟପାନର ଦୀର୍ଘକାଳୀନ କୁପ୍ରଭାବ ସ୍ବରୂପ ବ୍ୟାଧିରେ ପଡ଼ି ବହୁ ଲୋକ ଅଳ୍ପ ବୟସରେ ମୃତ୍ୟୁବରଣ କରୁଛନ୍ତି।  ତା’ ସତ୍ତ୍ବେ ପାର୍ଟି ହେଉ କି ଭୋଜିଭାତ, ନୂଆବର୍ଷ ପାଳନ ହେଉ କି ପିକ୍‌ନିକ୍‌, ସବୁଠି ମଦ ଆସର ଜମୁଛି।

jdgjdjgjj

ମଦ ଏକ ମୃଦୁ ବିଷ ବୋଲି ସମସ୍ତେ ଜାଣନ୍ତି। ମଦ୍ୟପାନର ଦୀର୍ଘକାଳୀନ କୁପ୍ରଭାବ ସ୍ବରୂପ ବ୍ୟାଧିରେ ପଡ଼ି ବହୁ ଲୋକ ଅଳ୍ପ ବୟସରେ ମୃତ୍ୟୁବରଣ କରୁଛନ୍ତି।  ତା’ ସତ୍ତ୍ବେ ପାର୍ଟି ହେଉ କି ଭୋଜିଭାତ, ନୂଆବର୍ଷ ପାଳନ ହେଉ କି ପିକ୍‌ନିକ୍‌, ସବୁଠି ମଦ ଆସର ଜମୁଛି। କିନ୍ତୁ ମଦର ଭ୍ରମ ସୃଷ୍ଟି କରୁଥିବା ଆଉ ଏକ ରାସାୟନିକ ଦ୍ରବ୍ୟ ମଧ୍ୟ ମୃତ୍ୟୁର କାରଣ ହୋଇଥାଏ। ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଲାଓସରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁର ଏକ ଶୃଙ୍ଖଳା ସାରା ବିଶ୍ବ ପାଇଁ ସତର୍କଘଣ୍ଟି ପାଲଟିଛି। ମଦ୍ୟପାନଜନିତ ‘ମିଥାନଲ୍‌ ବିଷକ୍ରିୟା’ ପ୍ରସଙ୍ଗ ଏବେ ସମଗ୍ର ବିଶ୍ବକୁ ଚିନ୍ତିତ କରିଛି। ଗତ ସପ୍ତାହରେ ଲାଓସ୍‌ରେ ୬ଜଣ ପର୍ଯ୍ୟଟକ ମଦରେ ଥିବା ମିଥାନଲ୍‌ର ବିଷକ୍ରିୟା ଯୋଗୁଁ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ଗତ ଜୁନ୍‌ରେ ଦକ୍ଷିଣ ଭାରତରେ ମଧ୍ୟ ୫୬ ଜଣ ମିଥାନଲ୍‌ଯୁକ୍ତ ମଦ୍ୟପାନ ଯୋଗୁଁ ପ୍ରାଣ ହରାଇଥିଲେ। ତେବେ ଏହି ମିଥାନଲ୍‌ ଏବଂ ଏହାର ବିଷକ୍ରିୟା କ’ଣ ଆସନ୍ତୁ ଜାଣିବା।

ମଦ କିଭଳି ବିଷ ପାଲଟିଯାଏ?
ବେଆଇନ ଏବଂ ‌ଅଣସ୍ବୀକୃତ ପ୍ରକ୍ରିୟାରେ ପ୍ରସ୍ତୁତ ମଦରେ ‘ଇଥାନଲ୍‌’ ବଦଳରେ ଅଧିକ ପରିମାଣରେ ଅପେକ୍ଷାକୃତ ଶସ୍ତା ପଡ଼ୁଥିବା ‘ମିଥାନଲ୍‌’ ମିଶ୍ରଣ କରାଯାଇଥାଏ। ମିଥାନଲ୍‌ ଶରୀରକୁ ଯିବା ଫଳରେ ଯକୃତ୍‌ ଏହାକୁ ଫର୍ମାଲଡିହାଇଡ୍‌ ଓ ପରେ ଫର୍ମିକ୍‌ ଏସିଡ୍‌ ଆଦି ଉପ-ଉପାଦାନରେ ଭାଙ୍ଗି ଦେଇଥାଏ। ବିଶେଷଜ୍ଞଙ୍କ ମତରେ, ଏହି ଦୁଇ ଉପାଦାନ ଶରୀର ପାଇଁ ବିଷ। ମିଥାନଲ୍‌ ବିଷକ୍ରିୟା ଦ୍ବାରା ରକ୍ତ ପିଏଚ୍‌ ସ୍ତରରେ ଭୟଙ୍କର ହ୍ରାସ ଦେଖାଯିବା ସହ ଆଂଶିକ ବା ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଯାଇପାରେ। ଏଥିସହ ଏହା ସ୍ନାୟୁକୁ ଏଭଳି ପ୍ରଭାବିତ କରେ ଯେ ମସ୍ତିଷ୍କ ନିଷ୍କ୍ରିୟ ହେବା ସହ ‌େକାମ‌ା ଅବସ୍ଥାକୁ ଚାଲିଯାଏ। ଏହା ମୃତ୍ୟୁର ବି କାରଣ ହୋଇଥାଏ।

ସବୁ ମଦ କ’ଣ ବିଷାକ୍ତ? ଏହାର ଉତ୍ତର- ନା। ତେବେ ମଦ ପିଇ ଲୋକ ମରିଯାଆନ୍ତି କିପରି? ବିଶେ‌ଷଜ୍ଞଙ୍କ ମତରେ ‘ଇଥାଇଲ୍‌ ଆଲ୍‌କୋହଲ୍‌’ ବା ‘ଇଥାନଲ୍‌’ ମିଶିଥିବା ମଦ ବିଷାକ୍ତ ନୁହେଁ। କାରଣ ଏହା ପାନୀୟଯୋଗ୍ୟ ରାସାୟନିକ ଦ୍ରବ୍ୟ। ତେବେ ଯେଉଁ ଆଲ୍‌କୋହଲ୍‌ ଶରୀର ପାଇଁ ବିଷ ସଦୃଶ ତାହା ହେଲା ‘ମିଥାନଲ୍‌’। ମିଥାନଲ୍‌ ମିଶ୍ରିତ ମଦ କ୍ଷତିକାରକ। ‘ମିଥାନଲ୍‌’ ନିଜ ମୌଳିକ ଅବସ୍ଥାରେ କ୍ଷତିକାରକ ନୁହେଁ। କିନ୍ତୁ ଏହା ଶରୀରକୁ ଯାଇ କ୍ଷତିକାରକ ଫର୍ମାଲ୍‌ଡିହାଇଡ୍‌ ଓ ଫର୍ମିକ୍‌ ଏସିଡ୍‌ରେ ରୂପାନ୍ତରିତ ହେବା ଫଳରେ ଏହାର ବିଷକ୍ରିୟା ଆରମ୍ଭ ହୋଇଥାଏ। ମିଥାନଲ୍‌ର କ୍ଷତିକାରକ ଉପାଦାନଗୁଡ଼ିକ ସ୍ନାୟୁତନ୍ତୁ, ଚକ୍ଷୁ ସ୍ନାୟୁ ଓ ଶରୀରର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗକୁ ନଷ୍ଟ କରିଦିଏ। ଫଳରେ ତୁରନ୍ତ ଚିକିତ୍ସା ବିନା ମୃତ୍ୟୁ ପ୍ରାୟ ସୁନିଶ୍ଚିତ। 

କିଛି ଜରୁରୀ ପଦକ୍ଷେପ...
 ଅଜଣା ଓ ଅଣସ୍ବୀକୃତ ଉତ୍ସରୁ ଆସୁଥିବା ନିଶାଦ୍ରବ୍ୟ, ମଦ ବା ପାନୀୟ ସେବନରୁ ବିରତ ରୁହନ୍ତୁ। 
 ମିଥାନଲ୍‌ର କ୍ଷତିକାରକ ସ୍ତରକୁ ଦୂର କରିବା ପାଇଁ ନିଶାଦ୍ରବ୍ୟ ଉତ୍ପାଦନ ଓ ବିକ୍ରି ସୁରକ୍ଷା ମାନଦଣ୍ଡକୁ ପାଳନ କରିବା ଦିଗରେ ସରକାର କଠୋର ହେବା ଆବଶ୍ୟକ।
 ବେଆଇନ ଓ ନକଲି ମଦ୍ୟପାନରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ‌ସଚେତନ କରିବା ଜରୁରି। 
 ବଜାରରେ ଉପଲବ୍ଧ ନିଶାଦ୍ରବ୍ୟଗୁଡ଼ିକର ନିୟମିତ ମାନ ପରୀକ୍ଷଣ ଓ ବିଷାକ୍ତ ପାନୀୟର ଚିହ୍ନଟ ସହ ଗ୍ରାହକଙ୍କ ନିକଟରେ ଏହା ପହଞ୍ଚିବାରୁ ରୋକିବାକୁ ହେବ। 
 ଯଦି ମଦ୍ୟପାନ ପରେ ଅସୁସ୍ଥତା ପରିଲକ୍ଷିତ ହୁଏ, ତତ୍‌କ୍ଷଣାତ୍‌ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe