ସଂପ୍ରତି ବିଶ୍ୱରେ ବହୁ ମହିଳା ସ୍ତନ କର୍କଟର ଶିକାର ହେଉଛନ୍ତି। ଏହି ଭୟଙ୍କର ବ୍ୟାଧି ସ˚କ୍ରାନ୍ତରେ ଜନସଚେତନତା ସୃଷ୍ଟି ପାଇଁ ୨୦୧୧ରୁ ପ୍ରତି ବର୍ଷ ଅକ୍ଟୋବର ୧୩ରେ ବିଶ୍ବ ସ୍ତରରେ ପାଳନ କରାଯାଉଛି ‘ନୋ ବ୍ରା ଡେ’। ଏ ବାବଦରେ ସଚେତନତା ହିଁ ସବୁଠାରୁ ବଡ଼ କଥା। କାରଣ, ପ୍ରାଥମିକ ପର୍ଯ୍ୟାୟରେ ରୋଗ ଧରାପଡ଼ିଲେ, ଚିକିତ୍ସା ସ˚ଭବ। ପ୍ରତ୍ୟେକ ମହିଳା ନିୟମିତ ବ୍ୟବଧାନରେ ନିଜର ସ୍ତନ ପରୀକ୍ଷା କରାଇଲେ, ଏହି ବ୍ୟାଧିର ଭୟାବହତା ଦୂରହୋଇପାରିବ।
ତେବେ, ଏହାର ସଚେତନତା ଅଭିଯାନର ନାମ ‘ନୋ ବ୍ରା ଡେ’ କାହିଁକି? ନାରୀକୁ ଚିହ୍ନଟ କରାଉଥିବା ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଉଛି ସ୍ତନ। ଆଉ ସ୍ତନ କର୍କଟାକ୍ରାନ୍ତ ହେଲେ, ଅନେକ ସମୟରେ ଅସ୍ତ୍ରୋପଚାର ଦ୍ବାରା ବାହାରକରିବାକୁ ପଡ଼େ। ଏ ଭଳି ନାରୀ ପରବର୍ତ୍ତୀ କାଳରେ ସିଲିକନ୍ ସ୍ତନ ପ୍ରତିରୋପଣ କରିବାକୁ ବା କୃତ୍ରିମ ଅଙ୍ଗ (ପ୍ରୋସ୍ଥେସିସ୍) ଧାରଣ କରିବାକୁ ବାଧ୍ୟ ହୁଏ। ପ୍ରୋସ୍ଥେସିସ୍କୁ ବିନା କାଞ୍ଚଲା ବା ବ୍ରା ବିନା ଧାରଣ କରାଯାଇପାରେନା। ତେଣୁ, ସ୍ତନ କର୍କଟ ସଚେତନତା ଅଭିଯାନରେ ‘ନୋ ବ୍ରା’ ଏକ ପ୍ରତୀକ।
Follow Us