ଅନଲାଇନରେ ବିବାହ କରାଇ ଦକ୍ଷିଣା ବାବଦକୁ ପଣ୍ଡିତ ନେଲେ ୪ ଲକ୍ଷ ୨୦ହଜାର ଟଙ୍କା !

Advertisment
ଅନଲାଇନରେ ବିବାହ କରାଇ ଦକ୍ଷିଣା ବାବଦକୁ ପଣ୍ଡିତ ନେଲେ ୪ ଲକ୍ଷ ୨୦ହଜାର ଟଙ୍କା !

ନୂଆଦିଲ୍ଲୀ: ଶିବନିରେ ବସିଥିବ‌ା ଜଣେ ପଣ୍ଡିତ ଆମେରିକାରେ ଥିବା ବର-ବଧୂଙ୍କ ଅନଲାଇନରେ ବିବାହ କରାଇ ଚର୍ଚ୍ଚାକୁ ଆସିଥିବା ବେଳେ ଅଧିକ ଚର୍ଚ୍ଚା ହେଉଛି ସେ ପାଇଥିବା ଦକ୍ଷିଣାର ପରିମାଣ।

ମଇ ୨୧ରେ ହୋଇଥିବା ଏହି ବିବାହରେ ବର-ବଧୂଙ୍କ ସମେତ ବରଯାତ୍ରୀ ବି ଅନଲାଇନରେ ଯୋଡ଼ି ହୋଇଥିଲେ।  ବର-ବଧୂ ଅନଲାଇନ ଜରିଆରେ ପଣ୍ଡିତ କହିଥିବା ସମସ୍ତ ରୀତିନୀତିକୁ ପୂରା କରିଥି‌ଲେ। ଏଥିସହିତ ପଣ୍ଡିତ ମନ୍ତ୍ରପାଠ କରି ବର-ବଧୂଙ୍କୁ ଅଗ୍ନିକୁ ସାକ୍ଷୀ ରଖି ୭ଥର ବୁଲିବାକୁ ବି କହିଥିଲେ।

ଶିବନିରେ ବସବାସ କରୁଥିବା ସୁନୀଲ ଉପାଧ୍ୟାୟଙ୍କ ପୁଅ ଦେବାଂଶ ଉପାଧ୍ୟାୟ ଆମେରିକାରେ ବସବାସ କରନ୍ତି। ବି‌‌ଦେଶରେ ତାଙ୍କର ଭେଟ ପୁ‌ଣେରେ ରହୁଥିବା ସୁପ୍ରିୟାଙ୍କ ସହିତ ହୋଇଥିଲା। କିଛିଦିନର ବନ୍ଧୁତା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କାମ ବ୍ୟସ୍ତତା ହେତୁ ସେ ଭାରତ ଆସିବାକୁ ଅସମର୍ଥ ଥିଲେ।

ଏହାପରେ ଦେବାଂଶ ଶିବନିରେ ବସବାସ କରୁଥିବା ନିଜ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ପିଲାଙ୍କ ଏଭଳି ଅସୁବିଧା ଦେଖି ପରିବାରଲୋକ ଶିବନିର ୬୭ବର୍ଷୀୟ ପଣ୍ଡିତ ରାଜେନ୍ଦ୍ର ପାଣ୍ଡେଙ୍କୁ ଭେଟି ବିବାହ ତାରିଖ ସ୍ଥିର କରିବାକୁ କହିଥିଲେ। ସେ ପଣ୍ଡିତଙ୍କୁ ଅନଲାଇନ ଜରିଆରେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ।

ଏହାପରେ ଉପାଧ୍ୟାୟ ପରିବାର ଆମେରିକାରେ ପହଞ୍ଚି  ବିବାହ ପାଇଁ ପ୍ରସ୍ତୁତି କରିଲେ। ବିଧି-ବିଧାନ ସହିତ ବିବାହ ସମ୍ପନ୍ନ କରିବା ପାଇଁ ଶିବାନିରେ ଥିବା ପଣ୍ଡିତ ରାଜେନ୍ଦ୍ର ପାଣ୍ଡେଙ୍କୁ ଯୋଗାଯୋଗ କରିଥିଲେ। ଗତ ମଇ ୨୧ ତାରିଖରେ ପଣ୍ଡିତ ଅନଲାଇନ ଜରିଆରେ ଦେବାଂଶ ଓ ସୁପ୍ରିୟାଙ୍କ ବିବାହ ସମ୍ପର୍ଣ୍ଣ କରିଥିଲେ ପଣ୍ଡିତ ରାଜେନ୍ଦ୍ର। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଏହି ବିବାହ କରିବା ପରେ ପଣ୍ଡିତଙ୍କୁ ୪ ଲକ୍ଷ ୨୦ହଜାର ଟଙ୍କାର ଦକ୍ଷିଣା ମିଳିଥିଲା।

ଏହି ବିବାହକୁ ନେଇ ପଣ୍ଡିତ ରାଜେନ୍ଦ୍ର ପାଣ୍ଡେ କହିଛନ୍ତି, ‘‘ଏଭଳି ଅନୁଭବ ପ୍ରଥମ। କାରଣ ଏଭଳି ବିବାହ ମୁଁ ପ୍ରଥମଥର କରାଇଛି। ଦେବାଂଶ ଶିବନିର ଥିବା ବେଳେ ବଧୂ ହେଉଛନ୍ତି ପୁଣେର। ଦୁହେଁ ଆମେରିକାରେ ବସବାସ କରନ୍ତି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe