ଏକା ନାଚୁଥିଲେ କନ୍ୟା, ତଳେ ଏହି ଯୁବକଙ୍କୁ ଦେଖିବା ପରେ ଦୁଲୁକିଲା ମଞ୍ଚ

ଏକା ନାଚୁଥିଲେ କନ୍ୟା, ତଳେ ଏହି ଯୁବକଙ୍କୁ ଦେଖିବା ପରେ ଦୁଲୁକିଲା ମଞ୍ଚ

ନୂଆଦିଲ୍ଳୀ: ବିବାହ ସମସ୍ତଙ୍କ ଜୀବନରେ ସ୍ବତନ୍ତ୍ର ହୋଇଥାଏ। ଏହି ଦିନ ଉଭୟ ବର, କନ୍ୟା ବେଶ୍‌ ଖୁସି ଥାଆନ୍ତି। ବିବାହର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବା ଉଚିତ। କାରଣ ଏହି ଛୋଟ ଛୋଟ ମୁହୂର୍ତ୍ତ ହିଁ ଆଗକୁ ସ୍ମୃତି ବନିଯାଏ। ଆପଣ ପୂର୍ବରୁ ସୋସିଆଲ୍‌ ମିଡିଆରେ ବିବାହର ଅନେକ ଭିଡିଓ ଦେଖିଥିବେ। ଏପରି ଏକ ନୂଆ ଭିଡିଓ ଆମେ ଆପଣଙ୍କୁ ଦେଖେଇବୁ। ଯାହାକୁ ଦେଖିବା ପରେ ଆପଣଙ୍କ ମୁହଁରେ ହସ ଆସିଯିବ।

ଏହି ଭାଇରାଲ୍‌ ଭିଡିଓରେ ଜଣେ କନ୍ୟା ନିଜ ବିବାହରେ ମଞ୍ଚ୍‌ ଉପରେ ଠୁମ୍‌କା ଲଗାଉଛନ୍ତି। ସେତିକି ବେଳେ ମଞ୍ଚ ତଳୁ କନ୍ୟାଙ୍କ ତାଳରେ ତାଳ ମିଶେଇ ନାଚିବା ଆରମ୍ଭ କରୁଛନ୍ତି ତାଙ୍କର ଜଣେ ବନ୍ଧୁ। ବର ଜଣଙ୍କ କନ୍ୟ‌ାଙ୍କ କଡ଼ରେ ଛିଡ଼ା ହୋଇଛନ୍ତି। କନ୍ୟା କିନ୍ତୁ ବନ୍ଧୁଙ୍କ ସମର୍ଥନ ପାଇ ବେଶ୍‌ ଉତ୍ସାହର ସହ ନାଚି ଚାଲିଛନ୍ତି।

ଏହି ଭିଡିଓକୁ ‘ଦନେହାଟେଲ୍‌ସ’ ନାମକ ଇନ୍‌ଷ୍ଟା ପେଜ୍‌ରେ ସେୟାର୍‌ କରାଯାଇଛି। ଭିଡିଓରେ ଆପଣ କନ୍ୟା ଜଣଙ୍କୁ ନିଜ ବନ୍ଧୁଙ୍କ ସହ ଏକ ପଞ୍ଜାବୀ ଗୀତରେ ନାଚୁଥିବାର ଦେଖି ପାରୁଥିବେ। ଭିଡିଓଟି ଇନ୍‌ଷ୍ଟାରେ ସେୟାର କରାଯିବା ପରେ ଏହାକୁ ବହୁ ଗ୍ରହଣୀୟତା ମିଳିିଛି। ଏହାକୁ ଏବେ ସୁଦ୍ଧା ୭ ଲକ୍ଷରୁ ବି ଅଧିକ ଲାଇକ୍‌ ମିଳି ସାରିଲାଣି।

ଏହି ଭିଡିଓରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ପକ୍କା ଏହି ଯୁବକ ଜଣକ କନ୍ୟାଙ୍କ ‘ବେଷ୍ଟ୍‌ ଫ୍ରେଣ୍ଡ୍‌’ ହୋଇଥିବେ।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହା କେବଳ ସେତେବେଳେ ସମ୍ଭବ, ଯେତେବେଳେ କନ୍ୟାଙ୍କ ‘ବେଷ୍ଟ୍‌ ଫ୍ରେଣ୍ଡ୍‌’ ଆସିଯାନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe