ବରଣମାଳା ପିନ୍ଧାଇବା ପୂର୍ବରୁ ବରକୁ ଦେଖି ମଞ୍ଚ ଉପରେ କମ୍ପିଲେ କନ୍ୟା, ମାଳା ଫୋପାଡ଼ି ତୋ ପାଇଁ ବୁଢ଼ୀ ଖୋଜ ବୋଲି କହିଲେ

Advertisment
ବରଣମାଳା ପିନ୍ଧାଇବା ପୂର୍ବରୁ ବରକୁ ଦେଖି ମଞ୍ଚ ଉପରେ କମ୍ପିଲେ କନ୍ୟା, ମାଳା ଫୋପାଡ଼ି ତୋ ପାଇଁ ବୁଢ଼ୀ ଖୋଜ ବୋଲି କହିଲେ

 ନୂଆଦିଲ୍ଳୀ: ବିବାହ ଏକ ବଡ଼ ନିଷ୍ପତ୍ତି। ବିବାହ ଏକ ଏପରି ନିଷ୍ପତ୍ତି ହୋଇଥାଏ, ଯାହାକୁ ଜୀବନ ଯାକ ନିଭାଇବାକୁ ପଡ଼ିଥାଏ। ଏଥିପାଇଁ କୁହାଯାଏ କି ବିବାହ ନିଷ୍ପତ୍ତି ଖୁବ୍ ଭାବିଚିନ୍ତି ନେବା ଉଚିତ। ଅଧିକାଂଶ ସମୟରେ ଟଙ୍କାକୁ ପ୍ରାଧାନ୍ୟ ଦେଇ ଲୋକେ ଅନ୍ୟ ସବୁକୁ ଅଣଦେଖା କରିଥ‌ାନ୍ତି। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ତାହା ବୈବାହିକ ଜୀବନ ଉପରେ ଭାରୀ ପଡ଼ିଯାଏ।

ନିକଟରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଜଣେ କନ୍ୟାର ବାହାଘର ଚାଲିଥିବା ବେଳେ ବରଣମାଳା ପିନ୍ଧା ହେବା ପୂର୍ବରୁ ମଞ୍ଚ ଉପରେ ସେ ହୋହଲ୍ଲା ମଚାଇଥିବାର ଦେଖିବାକୁ ମିଳିଛି। ଭିଡିଓରେ ଦୃଶ୍ୟମାନ ହୋଇଥିବା ବରଙ୍କ ବୟସ ଅଧିକ ହୋଇଥିବାରୁ କନ୍ୟା ଜଣକ ମାଳାକୁ ବର ଉପରକୁ ଫୋପାଡ଼ି ଆଡୁସାଡୁ କହୁଥିବାର ଶୁଣିବାକୁ ମିଳିଛି। ପରିବାର ଲୋକ ନାକ କାଟେନା ବୋଲି କହିବା ବେଳେ କନ୍ୟା ଜଣକ କହୁଛନ୍ତି କି ମୋ ଜୀବନ କାଟିବା ବେଳେ ମୋତେ ନାକ ନକାଟିବାକୁ କହୁଛ।

କନ୍ୟା ଜଣକ ଆହୁରି ବି କହୁଛନ୍ତି, ‘ମୁଁ ଏ ବୁଢ଼ାକୁ ବାହା ହେବି ନାହିଁ। ତୁ ଯାଆ, ତୋ ଭଳି ଏକ ବୁଢ଼ୀକୁ ଦେଖି ବାହା ହେବୁ। ଏ ବୁଢ଼ା ପାଖରେ କ’ଣ ଅଛି ଯେ ସେ ମୋତେ ଖୁସିରେ ରଖିବ। ଦୀପରେ ତ ତେଲ ନାହିଁ, ଦୀପ ଜଳିବ କିପରି? ୨-୪ ବର୍ଷ ପରେ ଏ ବୁଢ଼ା ମରିଗଲେ ମୁଁ କ’ଣ କରିବି? ଆଉ କାହାକୁ ବାହା ହେବାକୁ ଖୋଜିବି?’

ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ କନ୍ୟାଙ୍କ ସମର୍ଥନରେ ଛିଡ଼ା ହୋଇଥିବା ବେଳେ କେହି କେହି ରୂପ ନଦେଖି, ମନକୁ ଦେଖ ବୋଲି ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe