ରୋଗରେ ପୀଡ଼ିତ ବଧୂଙ୍କୁ ସମର୍ଥନ କରି ଏଭଳି କଥା କହିଲେ ବର

ରୋଗରେ ପୀଡ଼ିତ ବଧୂଙ୍କୁ ସମର୍ଥନ କରି ଏଭଳି କଥା କହିଲେ ବର

ନୂଆଦିଲ୍ଲୀ: ପ୍ରତ୍ୟେକ ଝିଅ ନିଜ ବିବାହ ଦିନ କିପରି ସୁନ୍ଦର ଦେଖାଯିବେ ସେଥିପାଇଁ ଅନେକ ଦିନରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥାଆନ୍ତି। ଚେହେରା ଓ କେଶକୁ କିପରି ଅଧିକରୁ ଅଧିକ ସୁନ୍ଦର କରି ପାରିବେ ସେଥିପାଇଁ ବିୟୁଟି ପାର୍ଲର ହେଉ ଅବା ଘରେ ଟିକିନିଖି ଯତ୍ନ ନେଇଥାଆନ୍ତି।

ଏହି କ୍ରମ‌ରେ ‌ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଫଟୋ ସହିତ କାହାଣୀ ବି ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଥିବା ବର-ବଧୂଙ୍କ କାହାଣୀକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରିଛନ୍ତି।

ତେବେ ଫଟୋରେ ଦେଖିବାକୁ ମିଳୁଥିବା ବଧୂ ଜଣକ ଅଟୋଇମ୍ୟୁନ ରୋଗ‌ରେ ପୀଡ଼ିତ ଅଛନ୍ତି। ଯେଉଁ କାରଣରୁ ତାଙ୍କ କେଶ ଝଡ଼ିଯାଉଥିବା ବେଳେ ଛୋଟଛୋଟ କେଶ ରହିଛି। ସେ ସର୍ବଦା ଯେଉଁଆଡେ ବି ଯାଇ ଥାଆନ୍ତି ନକଲି କେଶ ଲଗାଇଥାଆନ୍ତି। ତେବେ ନିକଟରେ ତାଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି। ଆଉ ଏହି ବିବାହ ସମୟରେ ସେ ଯେମିତି ସେମିତି ଭାବେ ସଜେଇ ହୋଇଥିଲେ। କୌଣସି ନକଲି କେଶ ଲଗାଇ ନଥିଲେ। ଯାହାକୁ ଦେଖି ଲୋକେ ତାଙ୍କୁ ବେଶ ପ୍ରଶଂସା ବି କରିଥିଲେ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଉକ୍ତ ବଧୂଙ୍କୁ ଯିଏ ବିବାହ କରିଛନ୍ତି ସେ ବି ଏସବୁକୁ ଗ୍ରହଣ କରିଛନ୍ତି। ଏଥିସହିତ ସେ ବିବାହ ପୂର୍ବରୁ ତାଙ୍କ ଭାବି ସ୍ତ୍ରୀଙ୍କୁ ସ୍ପଷ୍ଟ ଭାବେ କହିଥିଲେ କି, ‘କେଶ ନାହିଁ ବୋଲି ତୁମେ ମନ ଦୁଃଖ କରୁଛ କି? ଏସବୁ କିଛି କରିବାର କାରଣ ନାହିଁ। କାରଣ ତୁମେ ଛୋଟ କେଶରେ ହିଁ ସୁନ୍ଦର ଲାଗୁଛ। ବିବାହ ଦିନ କୌଣସି ନକଲି କେଶ ଲଗାଇବାର ଆବଶ୍ୟକ ନାହିଁ।’

ଭାବି ସ୍ବାମୀଙ୍କ ଏଭଳି ସମର୍ଥନ ଶୁଣି କାନ୍ଦି ପକାଇଥିଲେ ବଧୂ। ଆଉ ଜୀବନ ସାର ବାଟ ଚାଲିବା ପାଇଁ ତାଙ୍କୁ ଏଭଳି ବ୍ୟକ୍ତିଟିଏ ଦେଇଥିବାରୁ ଇଶ୍ବରଙ୍କୁ ଧନ୍ୟବାଦ ଜଣାଇଥିଲେ ନବବଧୂ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe