ଉଜ୍ଜ୍ବଳତମ ଜୈବ ପଦାର୍ଥ

Advertisment
ଉଜ୍ଜ୍ବଳତମ ଜୈବ ପଦାର୍ଥ

Wikipedia

ସାଧାରଣତଃ କୌଣସି ବସ୍ତୁ ଉପରେ ଆଲୋକ ପ୍ରତିଫଳିତ ହୋଇ ଆମ ଆଖିରେ ପଡ଼ିଲେ ଆମେ ସେହି ବସ୍ତୁକୁ ଦେଖିପାରୁ। ସେହିପରି ଯେଉଁ ବସ୍ତୁ ଯେତେ ମସୃଣ ବା ଚିକ୍କଣ, ତାହା ସେତେ ଉଜ୍ଜ୍ବଳ ଜଣାପଡ଼ିଥାଏ। ତେବେ କେନ୍ଦ୍ରୀୟ ଆଫ୍ରିକାରେ ଏକ ପ୍ରକାର ବଣୁଆ କୋଳି ପୃଥିବୀର ସବୁଠୁ ଉଜ୍ଜ୍ବଳ ବସ୍ତୁ ଭାବେ ପରିଗଣିତ ହେବା ଘଟଣା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଇଥିଓପିଆ, ମୋଜାମ୍ବିକ୍‌ ଓ ତାଞ୍ଜାନିଆ ଆଦି ଦେଶରେ ‘ପଲ୍ଲିଆ କଣ୍ଡେନସେଟା’ ବା ମାର୍ବଲ୍‌ କୋଳି ଭାବେ ଜଣାଶୁଣା ନୀଳରଙ୍ଗର କୋଳି ତାହାର ଜାଜୁଲ୍ୟମାନ ବହିର୍ଭାଗ ପାଇଁ ଲୋକପ୍ରିୟ।

କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟର ଦଳେ ବୈଜ୍ଞାନିକ ୧୯୭୪ ମସିହାରେ ତାଞ୍ଜାନିଆରେ ଆଲୋକର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ପରୀକ୍ଷାନିରୀକ୍ଷା ଚଳାଇଥିବା ବେଳେ ଏହି ମାର୍ବଲ୍‌ କୋଳି ସଂସ୍ପର୍ଶରେ ଆସି ଅଭିଭୂତ ହୋଇଯାଇଥିଲେ। ଏପରିକି ସେମାନେ ତାହାକୁ ତୋଳି ନିଜ ଦେଶକୁ ନେଇଥିବା ବେଳେ ଦୀର୍ଘ ଦିନ ଧରି ତାହାର ଔଜ୍ଜ୍ବଲ୍ୟ ଅକ୍ଷୁଣ୍ଣ ରହିଥିଲା। ନାନା ଉପାୟରେ ତନଖିବା ପରେ ମାର୍ବଲ କୋଳି ବିଶ୍ବର ସବୁଠୁ ଉଜ୍ଜ୍ବଳ ଜୈବ ପଦାର୍ଥ ତଥା ଯେ କୌଣସି ବସ୍ତୁଠାରୁ ଉଜ୍ଜ୍ବଳତର ବୋଲି ସେମାନେ ଜାଣିପାରିଥିଲେ। ସୂଚନାଯୋଗ୍ୟ, ଅତି ଉଜ୍ଜ୍ବଳ ଦେଖାଯାଉଥିବା ଲତା ବା ଫୁଲ ଅବା ଫଳରେ କୋଷୀୟ ବିଘଟନ ଆରମ୍ଭ ହେଲା ପରେ ସେମାନଙ୍କର ଉଜ୍ଜ୍ବଳତା କମି ଆସିଥାଏ। ମାତ୍ର ମାର୍ବଲ କୋଳିରେ ସେପରି ଘଟିନଥାଏ, ଏପରିକି ଦଶ ବର୍ଷରୁ ଅଧିକ ସମୟ ଧରି ମଧ୍ୟ ତାହାର ଔଜ୍ଜଲ୍ୟ କାଏମ୍‌ ରହିଥାଏ। ଏହା ପଛର କାରଣ ହେଲା ଅନ୍ୟ ଜୈବ ପଦାର୍ଥ ପରି ଏହାର କୋଷରେ ଥିବା ରଙ୍ଗୀନ ପିଗ୍‌ମେଣ୍ଟ୍‌ ଯୋଗୁଁ ଏହା ଏପରି ରଙ୍ଗଯୁକ୍ତ ହୋଇନଥାଏ। ବରଂ ଏହାର କୋଷୀୟ ସଂରଚନା ତାହା ଉପରେ ପଡୁଥିବା ଆଲୋକରଶ୍ମିକୁ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ପ୍ରତିଫଳିତ କରି ତାହାକୁ ଏପରି ଉଜ୍ଜ୍ବଳ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe