ଗଣେଶ ପୂଜାରେ ଏହି ସବୁ ସାମଗ୍ରୀ କିଣିଲେ ବିଘ୍ନନାଶକଙ୍କ ସହ ଘରକୁ ଆସନ୍ତି ମାଆଲକ୍ଷ୍ମୀ

Advertisment
ଗଣେଶ ପୂଜାରେ ଏହି ସବୁ ସାମଗ୍ରୀ କିଣିଲେ ବିଘ୍ନନାଶକଙ୍କ ସହ ଘରକୁ ଆସନ୍ତି ମାଆଲକ୍ଷ୍ମୀ

କାଲି ଛାଡ଼ି ପହରିଦିନ ଗଣେଶ ଚତୁର୍ଥୀ। ଏହି ଦିନରେ ଘରକୁ ଏପରି କିଛି ଜିନିଷ ଆଣନ୍ତୁ ଯାହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କିଛି ଏପରି ଜିନିଷ ଅଛି, ଯାହାକୁ ଗଶେଶ ପୂଜାରେ ଘରକୁ ଆଣିଲେ ଘର ଧନଧାନ୍ୟରେ ପୂରିଯିବ ବୋଲି ବିଶ୍ବାସ କରାଯାଏ।

ଏବର୍ଷ ଆସନ୍ତା ୧୯ ତାରିଖରେ ଗଣେଶ ପୂଜା ପାଳନ କରାଯିବ। ଏହି ପର୍ବର ସମାପନ ହେବ ସେପ୍ଟେମ୍ବର ୨୮ ତାରିଖ ଅନନ୍ତ ଚତୁର୍ଦଶୀ ଦିନ। ହିନ୍ଦୁ ପାଞ୍ଜି ଅନୁସାରେ, ଗଣେଶ ଚତୁର୍ଥୀ ଭାଦ୍ରବ ମାସର ଶୁକ୍ଳପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଏ।

ବିଶ୍ବାସ କରାଯାଏ ଯେ ଏହି ଦିନ କିଛି ଜିନିଷ ଆଣିବା ଦ୍ବାରା ଗଣେଶ ଭଗବାନଙ୍କ ସହ ମାଆଲକ୍ଷ୍ମୀ ବି ଘରକୁ ଆସିଥାନ୍ତି। ତେବେ ଚାଲନ୍ତୁ ଜାଣିବା ତାହା ସବୁ କେଉଁ ଜିନିଷ।

କୁହାଯାଏ ଏହି ଦିନ ଶ୍ରୀଫଳ ନଡ଼ିଆ ଘରକୁ ଆଣିଲେ ଏହା ଘର ପାଇଁ ଖୁବ୍ ଶୁଭ। ଏହାକୁ ଘରେ ରଖି ପ୍ରତିଦିନ ପୂଜା କରିବା ବି ଭଲ ହୋଇଥାଏ।

ସମସ୍ତ ଶୁଭ କାର୍ଯ୍ୟରେ ପ୍ରଥମେ ଶଂଖ ଖୋଜାପଡ଼େ। ଗଣେଶ ଚତୁର୍ଥୀ ଦିନ ଘରକୁ ଶଂଖ ଆଣିଲେ ଘର ପାଇଁ ଭଲ ହୋଇଥାଏ।

ଆପଣ ଏହି ଦିନ ଗଣେଶଙ୍କର ଏକ ମୂର୍ତ୍ତି ଆଣି ସବୁଦିନ ପାଇଁ ଘରେ ସ୍ଥାପନା କରିପାରନ୍ତି। ଗଣେଶଙ୍କ ମୂର୍ତ୍ତି ଘରେ ରଖିବା ଘର ପାଇଁ ଖୁବ୍ ଭଲ।

କୁବେର ମୂର୍ତ୍ତିକୁ ଗଣେଶ ପୂଜା ଦିନ ଘରକୁ ଆଣିବାକୁ ବି ଶୁଭ ମନାଯାଏ।

ତେବେ କୃଷ୍ଣଙ୍କ ପ୍ରିୟ ବଇଂଶୀକୁ ବି ଆପଣ ଏହି ଦନ ଘରକୁ ଆଣିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe