ଫିଟ୍ ଦିଶିବା ପାଇଁ ଷ୍ଟେରଏଡ ନେଉଛନ୍ତି ପୁଟିନ୍ ! ମୁହଁରେ ଆସିଥିବା ପରିବର୍ତ୍ତନ ପାଇଁ ଏଭଳି କହିଲେ ଡାକ୍ତର

ଫିଟ୍ ଦିଶିବା ପାଇଁ ଷ୍ଟେରଏଡ ନେଉଛନ୍ତି ପୁଟିନ୍ ! ମୁହଁରେ ଆସିଥିବା ପରିବର୍ତ୍ତନ ପାଇଁ ଏଭଳି କହିଲେ ଡାକ୍ତର

ନୂଆଦିଲ୍ଲୀ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିଜ ଶରୀର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏତେ ବର୍ଷ ବୟସରେ ବି ସେ କିଭଳି ଏତେ ଫିଟ୍, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ବ୍ରିଟେନର ଜଣେ ପୂର୍ବତନ ବୈଦେଶିକ ମନ୍ତ୍ରୀ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ପୁଟିନଙ୍କ ପରିବର୍ତ୍ତିତ ଚେହେରାକୁ ଦେଖିଲେ ଫିଟ୍ ଦେଖାଯିବା ପାଇଁ ସେ ଔଷଧ ଖାଉଥିବା ଜଣାପଡ଼ୁଛି। ବ୍ରିଟେନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବୃତ୍ତି ଅନୁଯାୟୀ ଡାକ୍ତର ଥିବା ଲର୍ଡ ଓଭେନ ଦାବି କରିଛନ୍ତି ଯେ ଋଷର ରାଷ୍ଟ୍ରପତି ଷ୍ଟେରଏଡ ନେଉଛନ୍ତି।

ଟାଇମ୍ସ ରେଡିଓ ସହିତ ଏକ ବାର୍ତ୍ତାଳାପରେ ଲର୍ଡ ଓଭେନ କହିଛନ୍ତି ଯେ ପୁଟିନଙ୍କ ମୁହଁକୁ ଦେଖନ୍ତୁ। କେତେ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ତାଙ୍କ ଚେହେରା ଅଣ୍ଡା ଆକୃତିର ହୋଇଯାଇଛି। କିଛି ଲୋକ କହୁଛନ୍ତି ଯେ ସେ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି। କିନ୍ତୁ ମୁଁ ଏଭଳି ଭାବୁନାହିଁ। ସେ ଜଣେ ବଡି ବିଲଡର ଭାବରେ ଆନାବୋଲିକ୍ ଷ୍ଟେରଏଡ ନେଇଥାଇପାରନ୍ତି। ସବୁବେଳେ ଫିଟ୍ ଦିଶିବା ପାଇଁ ଆନାବୋଲିକ୍ ଷ୍ଟେରଏଡ ନେଲେ ମୁହଁରେ ଏଭଳି ପରିବର୍ତ୍ତନ ଆସେ। ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରେ ଏବଂ ଆପଣଙ୍କୁ କୋଭିଡ ପ୍ରତି ଅଧିକ ଅସୁରକ୍ଷିତ କରିଥାଏ। କରୋନା ସମୟରେ ସେ ସେଥିପାଇଁ କାହାକୁ ଦେଖା କରୁନଥିବା ସହ ସମସ୍ତଙ୍କଠାରୁ ଦୂରରେ ରହୁଥିଲେ। ଆନାବୋଲିକ୍ ଷ୍ଟେରଏଡ ଜଣେ ବ୍ୟକ୍ତିର ଆକ୍ରୋଶକୁ ମଧ୍ୟ ବଢ଼ାଇ ଦେଇଥାଏ, ଯାହା ୟୁକ୍ରେନ ଉପରେ ଆକ୍ରମଣ ନେଇ ଦେଇଥିବା ନିର୍ଦ୍ଦେଶରୁ ପ୍ରମାଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe