ଟିଭି ଦେଖୁଥିବା ସମୟରେ ଜେଜେମା’ଙ୍କୁ ହୋଇଥିଲା ହୃତଘାତ, ୭ବର୍ଷର ଶିଶୁ ଏପରି ବଞ୍ଚାଇଲା ଜୀବନ

Advertisment
ଟିଭି ଦେଖୁଥିବା ସମୟରେ ଜେଜେମା’ଙ୍କୁ ହୋଇଥିଲା ହୃତଘାତ, ୭ବର୍ଷର ଶିଶୁ ଏପରି ବଞ୍ଚାଇଲା ଜୀବନ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଦୁଇଟି ଶିଶୁକୁ ହୀରା ବୋଲି କୁହାଯାଉଛି । କାରଣ ସେମାନେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ନିଜ ଜେଜେମା’ଙ୍କ ଜୀବନ ବଞ୍ଚାଇଛନ୍ତି। ଏହି କାମ ପାଇଁ ଶିଶୁ ଦୁଇଟି ଚର୍ଚ୍ଚାର ପରିସରରେ ରହିଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, କନାଡାର ସସକାଟୁନ୍‌ରେ ଦୁଇଭାଇ ୧୦ବର୍ଷର କିୟାନ୍‌ ଓ ୭ ବର୍ଷର ଗ୍ରେସନ୍‌ ବୁ ଜେଜେମା’ଙ୍କ ସହିତ ବସି ଘରେ ଟିଭିରେ ସିନେମା ଦେଖୁଥିଲେ। ଏହି ସମୟରେ ଆକସ୍ମିକ ଭାବେ ଦୁଇଭାଇଙ୍କ ଜେଜେମା’ଙ୍କ ହୃତଘାତ ହୋଇଥିଲା। ସେହି ସମୟରେ ଘରେ ଏହି ଦୁଇଭାଇ ବ୍ୟତୀତ ଅନ୍ୟ କେହି ନଥିଲେ। କିୟାନ୍‌ ଓ ଗ୍ରେସନ୍‌ଙ୍କ ମା’ ପେସାରେ ଜଣେ ନର୍ସ। ଦିନେ ସେ ତାଙ୍କ ପୁଅ ଦୁଇଜଣଙ୍କୁ ସିପିଆର୍‌ ଦେଖାଇଥିଲେ। ଏହାର ୬ମାସ ପରେ ଏହି ଘଟଣା ଘଟିଥିଲା। ସିପିଆର୍‌ ଦେବା ପରେ ଶିଶୁ ଦୁଇଟି ୯୧୧କୁ ଜୁରୁରୀକାଳିନ କଲ୍‌ କରି ଆମ୍ବୁଲାନ୍ସକୁ ଡକାଇଥିଲେ। ଜେଜେମା’ଙ୍କୁ ଉଚିତ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବଂ ତାଙ୍କ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି। ଜେଜେମା’ଙ୍କ ଜୀବନ ବଞ୍ଚାଇଥିବା ଦୁଇ ଶିଶୁକୁ ସମ୍ମାନୀତ ମଧ୍ୟ କରାଯାଇଛି। ଦୁହିଁଙ୍କୁ ମେଧାଭି ହେଲଥ୍‌ ସର୍ଭିସ୍‌ ବେଷ୍ଟ ହେଡ୍‌କ୍ୱାର୍ଟର ତରଫରୁ ପୁରସ୍କାର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe