indiatimes.com
ଜୟପୁର : ଘରେ ଝିଅ ଜନ୍ମ ନେଲେ ପରିବାର ଲୋକେ ତା’ର ବିବାହ ଦିନ ବିଷୟରେ ଭାବି ମୁଣ୍ଡରେ ହାତ ଦେଇଥାନ୍ତି। ବିବାହରେ ହେବାକୁ ଥିବା ଖର୍ଚ୍ଚ ଓ ଯୌତୁକ ଟଙ୍କା ଦେବାକୁ ପଡ଼ୁଥିବାରୁ ଅନେକ ଜନ୍ମ ପରେ ହିଁ ଶିଶୁ କନ୍ୟାକୁ ହତ୍ୟା କରି ଦେଇଥାନ୍ତି। ପୂର୍ବ ପ୍ରଚଳିତ ଏହି ଯୌତୁକ ପ୍ରଥା ଅନେକଙ୍କ ଜୀବନକୁ ଅନ୍ଧାର କରି ଦେବା ସହ ଅନେକ ଦୁନିଆ ନ ଦେଖୁଣୁ ଆଖି ବୁଝି ଦେଇଥାନ୍ତି। ଏବେ ଯୌତୁକ ପ୍ରଥାକୁ ହଟାଇବା ପାଇଁ ଅନେକ ଅଭିଯାନ ଆରମ୍ଭ କରାଯାଉଥିବା ବେଳେ ଛତିଶଗଡ଼ରେ ମୁତୟନ ଥିବା ଜଣେ ବିଏସ୍ଏଫ୍ କନେଷ୍ଟବଳ କରିଥିବା କାମ ଚର୍ଚ୍ଚାର ବିଷୟ ପାଲଟିଛି। ସମାଜରେ ଲୋକେ ସମୟ ସହ ବଦଳୁଥିବା ନେଇ କନେଷ୍ଟବଳଙ୍କ କାମ ପ୍ରମାଣ କରିଛି। କନେଷ୍ଟବଳଙ୍କୁ ତାଙ୍କ ବିବାହରେ ୧୧ଲକ୍ଷ ଟଙ୍କା ଯୌତୁକ ଆକାରରେ ଦିଆଯାଉଥିଲେ ମଧ୍ୟ ସେ ନେବା ପାଇଁ ମନା କରି ଦେଇଥିଲେ। ୧୧ଲକ୍ଷ ବଦଳରେ ସେ ଆଶୀର୍ବାଦ ଆକାରରେ ୧୧ଟଙ୍କା ଓ ନଡ଼ିଆ ନେଇଥିଲେ ବୋଲି ଜଣା ପଡ଼ିଛି। ତାଙ୍କର ଏଭଳି କାମ କନ୍ୟାପକ୍ଷର ସମସ୍ତ ଲୋକଙ୍କ ଆଖିରେ ଖୁସିର ଲୁହ ଆଣି ଦେଇଥିଲା।
ବିଏସ୍ଏଫ୍ କନେଷ୍ଟବଳ ଜିତେନ୍ଦ୍ର ସିଂହଙ୍କ କହିବା ଅନୁଯାୟୀ, ମୋର ଭାବି ସ୍ତ୍ରୀ ଏଲ୍ଏଲବି ଓ ଏଲ୍ଏଲମ କରିବା ସହ ପିଏଚଡି କରୁଥିବା ଜାଣି ସେ ମୋ ପାଇଁ ଓ ମୋ ପରିବାର ପାଇଁ ଉଚିତ୍ ବୋଲି ଭାବି ମୁଁ ବିବାହ ପାଇଁ ହଁ ଭରିଥିଲି। ସେହି ଦିନ ମୁଁ ଯୌତୁକ ନେବି ନାହିଁ ବୋଲି ନିଷ୍ପତ୍ତି ନେବା ସହ ଆମର ଏହି ନିଷ୍ପତ୍ତି ବିବାହ ଦିନ କନ୍ୟାପକ୍ଷକୁ ଜଣାଇବୁ ବୋଲି ଭାବିଥିଲୁ। କିନ୍ତୁ ଆମ ନିଷ୍ପତ୍ତି ବିଷୟରେ ନ ଜାଣି ସେ ଆମକୁ ୧୧ଲକ୍ଷ ଟଙ୍କା ଦେବା ପାଇଁ ଯୋଜନା କରିଥିଲେ। ପରେ ଆମର ନିଷ୍ପତ୍ତି ଶୁଣି ଉପସ୍ଥିତ ସବୁ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
indiatimes.comତେବେ ବିଏସ୍ଏଫ୍ କନେଷ୍ଟବଳ ଜିତେନ୍ଦ୍ର ସିଂହଙ୍କ ଏଭଳି କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଲୋକେ ତାଙ୍କ କାମକୁ ଦେଖି ଅନୁପ୍ରାଣିତ ହେବେ ବୋଲିି ଲୋକେ କହିବା ଆରମ୍ଭ କରିଛନ୍ତି।
Follow Us