ଫଳର ନାମ ‘ବୁଦ୍ଧଙ୍କ ହାତ’!

ଫଳର ନାମ ‘ବୁଦ୍ଧଙ୍କ ହାତ’!

blog.nurserylive.com

ଜମ୍ବିର ବା ଟଭା ପ୍ରଜାତିର ଏହି ଫଳର ନାମ ‘ବୁଦ୍ଧଙ୍କ ହାତ’। ଏହି ବିଚିତ୍ର ଫଳରେ ପାଞ୍ଚ ବା ତା’ଠାରୁ ଅଧିକ ଅଙ୍ଗୁଳି ଥାଏ। ରଙ୍ଗ ଗାଢ଼ ହଳଦିଆ। ଅଙ୍ଗୁଳିଗୁଡ଼ିକ କେତେ ବେଳେ ସିଧା ତ କେତେ ବେଳେ ଅଙ୍କା-ବଙ୍କା। ଏହି ଫଳ ଲେମ୍ବୁ ଭଳି ଖଟା। ଏହାକୁ ଖାଦ୍ୟରେ ବ୍ୟବହାର କରାଯାଏନାହିଁ। ବିଭିନ୍ନ ପ୍ରକାରର ଅତର ଏବ˚ ଡିଓଡରେଣ୍ଟ୍‌ ତିଆରିରେ ଏହାର ତେଲ ବହୁଳ ଭାବେ ବ୍ୟବହୃତ ହୁଏ। ଜାପାନ ଓ ଚାଇନାରେ ଶହ ଶହ ବର୍ଷ ହେଲା ଏହାର ଚାଷ ହୋଇଆସିଲାଣି। ଚାଇନିଜ୍‌ମାନେ ସୁରା ପ୍ରସ୍ତୁତିରେ ଏହାର ରସ ବ୍ୟବହାର କରୁଥିବା ଜଣାଯାଏ। ଜାପାନର ବୌଦ୍ଧ ମନ୍ଦିରଗୁଡ଼ିକରେ ଏହା ପୂଜାରେ ଲାଗେ। ବନ୍ଦ ଅଙ୍ଗୁଳି ବିଶିଷ୍ଟ ବୁଦ୍ଧଙ୍କ ହାତକୁ ଜାପାନୀମାନେ ଅତି ପବିତ୍ର ମନେକରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe