ପ୍ରାଚୀନ ବୌଦ୍ଧ ବିହାର ସୋମପୁର ମହାବିହାର

ପ୍ରାଚୀନ ବୌଦ୍ଧ ବିହାର ସୋମପୁର ମହାବିହାର

steemit.com

ବା˚ଲାଦେଶ ଅନ୍ତର୍ଗତ ନବଗାଁଓ ଜିଲ୍ଲାର ବାଦଲଗାଛୀ ନିକଟସ୍ଥ ପାହାଡ଼ପୁରରେ ଏକ ପ୍ରାଚୀନ ବୌଦ୍ଧ ବିହାରର ଧ୍ୱଂସାବଶେଷ ଦେଖିବାକୁ ମିଳେ। ଏହାର ନାମ- ସୋମପୁର ମହାବିହାର। ଅଷ୍ଟମ ଶତାବ୍ଦୀରେ ପାଲବ˚ଶଜ ଦ୍ୱିତୀୟ ରାଜା ଧର୍ମପାଲ ଦେବଙ୍କ ଶାସନ କାଳରେ ଏହି ବିହାରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସପ୍ତମ ଶତାବ୍ଦୀ ପରେ ଅବିଭାଜିତ ବଙ୍ଗରେ ମହାୟନ ବୌଦ୍ଧ ଧର୍ମର ବ୍ୟାପକ ପ୍ରସାରଣ ହୋଇଥିଲା। ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସୋମପୁର ମହାବିହାର ଜ୍ଞାନ ଆହରଣର ଏକ ପ୍ରସିଦ୍ଧ ବୌଦ୍ଧିକ କେନ୍ଦ୍ର ଥିଲା।

publive-image World Heritage Journeys

ଏହା ଏକ ସର୍ବ-ଧର୍ମ-ସମନ୍ୱୟ ସ୍ଥଳୀ ଥିଲା। ହିନ୍ଦୁ ଓ ଜୈନମାନେ ମଧ୍ୟ ଏଠାରେ ସମବେତ ହୋଇ ଜ୍ଞାନ-ଚର୍ଚ୍ଚା କରୁଥିଲେ। ଏହା ସତେଇଶ ଏକର‌୍‌ ଭୂମି ଉପରେ ଗଢ଼ାଯାଇଥିଲା। ଏଠାରେ ଥିଲା ଅନେକ ମନ୍ଦିର, ସ୍ତୂପ, ମଠ ଓ ଅତିଥିଶାଳା। ଦେଶ-ବିଦେଶରୁ ବୌଦ୍ଧ ଭିକ୍ଷୁମାନେ ଏହି ମହାବିହାର ଭ୍ରମଣରେ ଆସୁଥିଲେ। ଦ୍ୱାଦଶ ଶତାବ୍ଦୀ ପରେ ଏହାର ପତନ ଆରମ୍ଭ ହୋଇଥିଲା। ମୁସଲମାନ ଆକ୍ରମଣ ଯୋଗୁଁ ଭିକ୍ଷୁମାନେ ମହାବିହାର ଛାଡ଼ିବା କାରଣରୁ ଏହା କାଳକ୍ରମେ ପରିତ୍ୟକ୍ତ ହୋଇଯାଇଥିଲା। ୧୯୮୫ରେ ଏହା ବିଶ୍ୱ ଐତିହ୍ୟ ଘୋଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe