କୋଟିଏରୁ ଅଧିକ ଟଙ୍କାରେ ବି ମଇଁଷି ବିକ୍ରି କରିବାକୁ ରାଜି ନୁହନ୍ତି ମାଲିକ

Advertisment

ମେରଠର ସରଦାର ବଲ୍ଳଭଭାଇ ପଟେଲ କୃଷି ବିଶ୍ବବିଦ୍ୟାଳୟରେ କୃଷକ ମେଳାରେ ସାମିଲ ହୋଇଥିବା କୋଟିଏ ଟଙ୍କାର ମଇଁଷି ଚର୍ଚ୍ଚାର ପରିସରରେ। ନାମ ରହିଛି ଗୋଲୁଟୁ, ଅନମୋଲ, ବିଧାୟକ।

ମେରଠର ସରଦାର ବଲ୍ଳଭଭାଇ ପଟେଲ କୃଷି ବିଶ୍ବବିଦ୍ୟାଳୟରେ କୃଷକ ମେଳାରେ ସାମିଲ ହୋଇଥିବା କୋଟିଏ ଟଙ୍କାର ମଇଁଷି ଚର୍ଚ୍ଚାର ପରିସରରେ। ନାମ ରହିଛି ଗୋଲୁଟୁ, ଅନମୋଲ, ବିଧାୟକ।

ùGeùeC


ନୂଆଦିଲ୍ଲୀ: ମେରଠର ସରଦାର ବଲ୍ଳଭଭାଇ ପଟେଲ କୃଷି ବିଶ୍ବବିଦ୍ୟାଳୟରେ କୃଷକ ମେଳାରେ ସାମିଲ ହୋଇଥିବା କୋଟିଏ ଟଙ୍କାର ମଇଁଷି ଚର୍ଚ୍ଚାର ପରିସରରେ ରହିଛି। 

କୃଷକ ମେଲାରେ ସାମିଲ ହୋଇଥିବା ମାଲିକ ପଲବିନ୍ଦର ସିଂହଙ୍କ ମଇଁଷି ଅନମୋଲର ମୂଲ୍ୟ ୨୩କୋଟି ଟଙ୍କା ଥିବା ବେଳେ ହରିୟାଣାର ନରେନ୍ଦ୍ର ସିଂହଙ୍କ ମଇଁଷି ବିଧାୟକର ମୂଲ୍ୟ ୨୦ କୋଟି ଟଙ୍କା ରହିଛି।  ମେଳାରେ ପଲବିନ୍ଦର ସିଂହଙ୍କ ମଇଁଷିକୁ ଲାକେ ୨୩କୋଟିରୁ ଅଧିକ ଟଙ୍କା ଦେଇ କିଣି ନେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପଲବିନ୍ଦର ମଇଁଷି ବିକ୍ରି ପାଇଁ ରାଜି ହୋଇ ନଥିଲେ।

ସେହିପରି ହରିୟାଣାରେ ବସବାସ କରୁଥିବା ନରେନ୍ଦ୍ର ସିଂହଙ୍କୁ ମଇଁଷି ବିଧାୟକକୁ ଲୋକେ ୨୦ କୋଟିରୁ ଅଧିକ ଟଙ୍କା ନେଇ କିଣି ନେବାକୁ ଚାହୁଁଛନ୍ତି। ନରେନ୍ଦ୍ର ସିଂହଙ୍କ ପାଖରେ ଥିବା ଅନ୍ୟ ମଇଁଷି ଗୋଲୁ ଟୁର ମୂଲ୍ୟ ୧୦କୋଟି ଟଙ୍କା ରହିଛି।  ନରେନ୍ଦ୍ରଙ୍କ ସିଂହଙ୍କ ଏହି ଦୁଇଟି ମଇଁଷିକୁ ଲୋକେ କିଣିବା ପାଇଁ ଭିଡ଼ ଜମାଇଥିଲେ ମଧ୍ୟ ବିକ୍ରି ପାଇଁ ମାଲିକ ରାଜି ହୋଇ ନଥିଲେ। ଏହି ମଇଁଷିଗୁଡ଼ିକ ମୁର୍ରା ପ୍ରଜାତିର ଥିବା ଜଣାପଡ଼ିଛି। ଏହି ପ୍ରଜାତିର ମଇଁଷି ଦୁଗ୍ଧ ଉତ୍ପାଦନ ଓ ସିମେନ ପାଇଁ ପ୍ରସିଦ୍ଧ ରହିଛନ୍ତି।

ନରେନ୍ଦ୍ର ତାଙ୍କ ମଇଁଷିମାନଙ୍କୁ ନେଇ କହିଛନ୍ତି, ‘ମୋର ମଇଁଷିମାନଙ୍କ ସିମେନରୁ ଭଲ ରୋଜଗାର ହେଉଛି। ୨୦୨୯ରେ ଡେୟରି କ୍ଷେତ୍ରରେ ଯୋଗଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ  ମୋତେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe