ଦିଲ୍ଲୀ ମେଟ୍ରୋ ଅପେକ୍ଷା ବୁଲେଟ୍‌ ଟ୍ରେନ୍‌ରେ ଖର୍ଚ୍ଚ ହେବ ୪୦ ପ୍ରତିଶତ ଅଧିକ ବିଦ୍ୟୁତ୍‌

Advertisment
ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ୫୬୦୦ କୋଟି

ମୁମ୍ବାଇ: ଭାରତର ପ୍ରଥମ ସୁପରଫାଷ୍ଟ୍‍ ବୁଲେଟ୍‌ ଟ୍ରେନ୍‌ ମୁମ୍ବାଇରୁ ଅହମ୍ମଦାବାଦ୍‌ ଯାଏଁ ଯାତ୍ରା କରିବ। ତେବେ ଏନ୍‌ ଏଚ୍‌ ଏସ ଆର୍‌.ସି.ଏଲ୍‌ ପକ୍ଷରୁ କୁହାଯାଉଛି ଯେ,ଏହି ବୁଲେଟ୍‌ ଟ୍ରେନ୍‌ରେ ଦିଲ୍ଲୀର ମେଟ୍ରୋ ଟ୍ରେନ୍ ଅପେକ୍ଷା ୪୦ ପ୍ରତିଶତ ଅଧିକ ବିଦ୍ୟୁତ୍‌ ବିନିଯୋଗ ହେବ। ଏଥିପାଇଁ ୧୧୦୦ ମିଲିଅନ୍‌ ୟୁନିଟ୍‌ ବିଦ୍ୟୁତ୍‌ ବାର୍ଷିକ ଆବଶ୍ୟକ ହେଉଛି। ଏହି ମେଟ୍ରୋ ଟ୍ରେନ୍‌ ୨୩୬ ଷ୍ଟେସନ୍‌ ଦେଇ ୩୫୦ କିଲୋମିଟର ଯାଏଁ ଯାତ୍ରା କରୁଛି।

publive-image

ଏଠାରେ ସୂଚନାଯୋଗ୍ୟ ଯେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ୨୦୨୨ ଅଗଷ୍ଟ ୧୫ ରେ ଭାରତରେ ପ୍ରଥମ ସୁପରଫାଷ୍ଟ ବୁଲେଟ ଟ୍ରେନ୍‌ ଯାତ୍ରା ଆରମ୍ଭ କରିବ। ଏହା ଘଣ୍ଟାକୁ ୩୫୦ କିଲୋମିଟର ବେଗରେ ଗତି କରିବ, ଗତ ଡିସେମ୍ବର ମାସରେ ଟେଷ୍ଟ ରନ୍‌ ହୋଇଥିବା ନୂଆଦିଲ୍ଲୀ ଏବଂ ବାରାଣାସୀ ମଧ୍ୟରେ ଟ୍ରେନ୍‌ ଘଣ୍ଟାକୁ ୧୮୦ କିଲୋମିଟର ବେଗରେ ଗତି କରିବ ବୋଲି ଜଣାଯାଇଛି। ଏନ୍‌ ଏଚ୍‌ ଏସ ଆର୍‌ ସି ଏଲ୍‌ ପକ୍ଷରୁ କୁହାଯାଉଛି ଯେ ,ସୁପରଫାଷ୍ଟ୍‍ ବୁଲେଟ୍‌ ଟ୍ରେନ୍‌ ପାଇଁ ଆବଶ୍ୟକୀୟ ବିଦ୍ୟୁତ୍‌ ପାଇଁ ବନ୍ଦୋବସ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe